ବିବାହ କରିବେ ନାହିଁ ବୋଲି ସାଙ୍ଗ ଘରେ ତିନିଦିନ ଧରି ଲୁଚି ରହିଥିଲେ ବାଜପେୟୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ। ବାଜପେୟୀଙ୍କ ଜନ୍ମଦିବସ ଡିସେମ୍ବର ୨୫ ତାରିଖକୁ ‘ଗୁଡ୍‌ ଗଭର୍ଣ୍ଣାନାନ୍‌ସ୍‌ ଡେ’ ଭାବେ ପାଳନ କରାଯାଏ। ଆଜି ନୂଆଦିଲ୍ଲୀସ୍ଥିତ ଅଟଳ ସ୍ମୃତି ସ୍ଥଳରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏମିତି ଜଣେ ନେତା ଥିଲେ, ଯାହାଙ୍କୁ ବିରୋଧୀବି ପସନ୍ଦ କରୁଥିଲେ। ଅଟଳ ବିହାରୀ ବାଜପେୟୀ ଆମ ଗହଣରେ ନାହାନ୍ତି କିନ୍ତୁ ଆଜି ସାରାଦେଶ ତାଙ୍କ ଜନ୍ମଦିନକୁ ପାଳନ କରୁଛନ୍ତି। ଆସନ୍ତୁ ବାଜପେୟୀଙ୍କ ଜୀବନ ସହିତ ଜଡ଼ିତ କିଛି ଜଣା ଓ କିଛି ଅଜଣା କଥା ଜାଣିବା।

ଅଟଳ ବିହାରୀ ବାଜପେୟୀ ୧୯୨୪ ଡିସେମ୍ବର ୨୫ରେ ଗ୍ଵାଲିୟରରେ ଜନ୍ମଗ୍ରହଣ କରିଥିଲେ। ୨୦୧୮ ଅଗଷ୍ଟ ୧୬ ତାରିଖରେ ତାଙ୍କର ପରଲୋକ ହୋଇଥିଲା।

RT Dunia

ଅଟଳ ଯେତେବେଳେ ଯୁବା ଥିଲେ ସେତେବେଳେ ବ୍ରିଟିସ୍‌ ଆଇନ୍‌କୁ ବିରୋଧ କରିଥିବା ହେତୁ ତାଙ୍କୁ ଜେଲ ବି ହୋଇଥିଲା। କେବଳ ଏତିକି ନୁହେଁ ୧୯୫୦ ମସିହାରେ ଆରଏସ୍‌ଏସ୍‌ର ମାଗାଜିନ୍‌ ବାହାର କରିଥିଲେ। ଯେଉଁଥିପାଇଁ ତାଙ୍କୁ ସ୍କୁଲରୁ ବାହାର କରି ଦିଆଯାଇଥିଲା। ପରେ ସେ ଆରଏସ୍‌ଏସ ସହିତ ଯୋଡ଼ି ହୋଇ ଭାରତୀୟ ଜନତା ପାର୍ଟିର ସ୍ୱର ବନିଥିଲେ।

୧୯୯୬ ମସିହାରେ ଅଟଳବିହାରୀ ବାଜପେୟୀ ପ୍ରଥମେ ସ୍ୱଳ୍ପ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ତା’ପରେ ସେ ୧୯୯୮ରୁ ୨୦୦୪ ଯାଏଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୫ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନୀତ କରିଥିଲେ।

ତେବେ ଅଟଳ ବିହାରୀ ବାଜପେୟୀ ସାରା ଜୀବନ ଅବିବାହିତ ରହିଥିଲେ ଏହି କଥା ସମସ୍ତେ ଜାଣିଛନ୍ତି। କିନ୍ତୁ ତାଙ୍କ ବିବାହକୁ ନେଇ କାନପୁରରେ ରହୁଥିବା ଅଟଳ ବିହାରୀ ବାଜପେୟୀ ସାଙ୍ଗ ଗୋରେ ଲାଲ ତ୍ରିପାଠୀଙ୍କ ପୁଅ ବିଜୟ ପ୍ରକାଶ ଏକ ମଜାଦାର କଥା କହିଛନ୍ତି।

CNN.com

ସେ କହିଛନ୍ତି, ଥରେ ଅଟଳ ଜୀଙ୍କ ପରିବାର ଲୋକେ ତାଙ୍କ ବିବାହ ବିଷୟରେ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏହା ଶୁଣି ସେ ତାଙ୍କ ସାଙ୍ଗଙ୍କ ଘରକୁ ଯାଇ ସେଠାରେ ୩ ଦିନ ଯାଏ ଲୁଚି ରହିଥିଲେ। ପରିବାରଲୋକ ବହୁ ଖୋଜାଖୋଜି କରିବା ପରେ ଯାଇ ତାଙ୍କୁ ପାଇଥିଲେ।

ତେବେ ଦେଶ ସେବା କରିବାକୁ ଚାହୁଁଥିବାରୁ ବିବାହ ପାଇଁ ବାଜପେୟୀ ଅରାଜି ଥିଲେ।

ସମ୍ବନ୍ଧିତ ଖବର