ଭାରତର ମହାନ ସନ୍ତାନ, କାଳଜୟୀ ରାଜନୀତିଜ୍ଞ ପୂର୍ବ ପ୍ରଧାନମନ୍ତ୍ରୀ ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀ ଅଗଷ୍ଟ ୧୬ରେ ଧରାପୃଷ୍ଠରୁ ବିଦାୟ ନେଇଥିଲେ। ବାଜପେୟୀ ଡିମେନ୍ସିଆ ନାମକ ଜଟିଳ ରୋଗ ସହିତ ଲଢେ଼ଇ କରୁଥିଲେ ଏବ˚ ୨୦୦୯ରୁ ହ୍ବିଲ୍ ଚେୟାର ଆଶ୍ରା ନେବାକୁ ପଡ଼ିଥିଲା। ଦେଶବାସୀ ତାଙ୍କୁ ୨୦୧୫ ମେ ୨୭ ମାର୍ଚ୍ଚରେ ଶେଷଥର ପାଇଁ ଦେଖିଥିଲେ, ଯେତେବେଳେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଭାରତ ମାତାଙ୍କର ଏହି ସୁଯୋଗ୍ୟ ସନ୍ତାନଙ୍କୁ ଭାରତ ରତ୍ନରେ ସାମ୍ମାନିତ କରିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ବିଚକ୍ଷଣ ବକ୍ତା ତଥା ସୁନାମଧନ୍ୟ କବି ଅଟଳ ବିହାରୀ ବାଜପେୟୀ ଦେଶର ସକ୍ରିୟ ରାଜନୀତିରେ ପ୍ରାୟ ୫୦ ବର୍ଷରୁ ଅଧିକ ସମୟ ସକ୍ରିୟ ରହିଥିଲେ। ସେ ନିଜର ପ୍ରଥମ ଲୋକସଭା ନିର୍ବାଚନ ୧୯୫୨ରେ ଲଢ଼ିଥିଲେ, କିନ୍ତୁ ତାଙ୍କୁ ପ୍ରଥମ ବିଜୟ ୧୯୫୭ରେ ପ୍ରାପ୍ତ ହୋଇଥିଲା। ବାଜପେୟୀ ଲୋକସଭାକୁ ୧୦ ଥର ଏବ˚ ରାଜ୍ୟସଭାକୁ ୨ ଥର ନିର୍ବାଚିତ ହୋଇଥିବା ବେଳେ କେବଳ ଲକ୍ଷ୍ନୌ ଲୋକସଭା ଆସନରୁ ସେ ୫ ଥର (୧୯୯୧, ୧୯୯୬, ୧୯୯୮, ୧୯୯୯, ଏବ˚ ୨୦୦୪) ନିର୍ବାଚିତ ହୋଇଥିଲେ।
ଅଟଳ ଯୁଗର ଅବସାନ
/sambad/media/post_attachments/wp-content/uploads/2018/12/atal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)