ବାଜପେୟୀଙ୍କ ଉଦ୍ଦେଶ୍ୟରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା : ଯୋଗଦେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଆଜି ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମ୍‌ରେ ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ଯୋଗ ଦେଇଥିଲେ। ନିଜର ସଂକ୍ଷିପ୍ତ ଭାଷଣ ରଖି ଶଶିଭୂଷଣ କହିଥିଲେ ଯେ ବାଜପେୟୀଙ୍କ ମୃତ୍ୟୁରେ ଏକ ଯୁଗର ଅବସାନ ଘଟିଛି। ତାଙ୍କ ମୃତ୍ୟୁପରେ ଓଡ଼ିଶା ଓ ଓଡ଼ିଶାବାସୀ ତାଙ୍କୁ ବହୁ ମାତ୍ରାରେ ମନେ ପକାଇବେ। ବାଜପେୟୀ ଜଣେ ପ୍ରବୀଣ ରାଜନେତା ଏବଂ କବି ଥିଲେ। ମେଣ୍ଟ ସରକାର ଗଢ଼ି ତୋଳିବାରେ ସେ ଜଣେ ପୁରୋଧା ଥିଲେ ବୋଲି ଶଶିଭୂଷଣ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ପ୍ରାୟ ସବୁ ଦଳର ନେତାମାନେ ଆଜି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ। ତେବେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସଭାରେ ଯୋଗ ଦେଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର