ଅଟଳ ଟନେଲ: ଏହି ବ୍ୟକ୍ତିଙ୍କ ପାଇଁ ସରକାରଙ୍କର ବଞ୍ଚିଯାଇଥିଲା ୧ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: ଅକ୍ଟୋବର ୩ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ହେବାକୁ ଯାଉଛି ଅଟଳ ରୋହତଙ୍ଗ ଟନେଲ | ତେବେ ଏହି ଟନେଲ ନିର୍ମାଣ ପଛରେ ଏମିତି ଜଣେ ବ୍ୟକ୍ତିଙ୍କର ହାତ ରହିଥିଲା ଯାହାଙ୍କ ଲାଗି ସରକାରଙ୍କର ୧ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସଂଚୟ ହୋଇପାରିଥିଲା | ସ୍ୱତନ୍ତ୍ର ଟେକ୍ନୋଲୋଜି ମାଧ୍ୟମରେ ଆଗ୍ରା ବାସିନ୍ଦା ବ୍ରିଗେଡିୟର୍ (ଅବସରପ୍ରାପ୍ତ) ମନୋଜ କୁମାର ସରକାରଙ୍କ ଏକ ହଜାର କୋଟି ଟଙ୍କା ସଞ୍ଚୟ କରିଥିଲେ। ସୂଚନା ମୁତାବକ ସେନାର ବର୍ଡର ରୋଡ୍ ଅର୍ଗାନାଇଜେସନ୍ (BRO) ର ମୁଖ୍ୟ ଇଞ୍ଜିନିୟର ଥିବା ମନୋଜ, ଯଦି ଏହି ଟେକ୍ନୋଲୋଜି ବ୍ୟବହାର କରିନଥାନ୍ତେ ତେବେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦୁଇ ବର୍ଷ ଅଧିକ ଲାଗିଥାନ୍ତା |

Rohtang Atal Tunnel Agra Brigadier Manoj Significant Contribution In Atal  Tunnel - Atal Tunnel: इस शख्स की वजह से सरकार के बचे 1000 करोड़ रुपये,  सुरंग निर्माण में दिया अहम योगदान -
photo-amarujala

ପ୍ରକୃତରେ, ଟନେଲ ନିର୍ମାଣକୁ ନେଇ ଯେତେବେଳେ ସବିଶେଷ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହେଲା, ସେତେବେଳେ ଟନେଲ ମଧ୍ୟ ଦେଇ ଝରଣା ଏବଂ ଜଳସ୍ରୋତ ଯିବାର ଆଶଙ୍କା ଦେଖାଦେଇଥିଲା | ଯେଉଁଥିପାଇଁ ଟନେଲ ପାଇଁ ଏକ ନୂତନ ମାର୍ଗ ନିର୍ମାଣ ହେବ ବୋଲି କମ୍ପାନୀ କହିଥିଲା । ଏଥିରେ ଏକ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ ଓ ଅଧିକ ଦୁଇ ବର୍ଷ ସମୟ ଲାଗିବ ବୋଲି କୁହାଯାଇଥିଲା | କିନ୍ତୁ ମନୋଜ କହିଥିଲେ ଯେ ଟେକ୍ନୋଲୋଜି ବଦଳାଇ ଏହି ମାର୍ଗ ଦ୍ୱାରା ଟନେଲ୍ ତିଆରି ହୋଇପାରିବ |

ମନୋଜ ନ୍ୟୁ ଅଷ୍ଟ୍ରିୟାନ ଟନେଲ ପଦ୍ଧତି ଗଭୀର ଭାବରେ ଅଧ୍ୟୟନ କରିଥିଲେ। ଏଥିରେ ବିଶେଷ ପ୍ରକାରର ସିମେଣ୍ଟ ଏବଂ କଂକ୍ରିଟ୍ ସାହାଯ୍ୟରେ ଝରଣାକୁ ଟନେଲ ଉପର ଦେଇ ପ୍ରବାହିତ କରାଯାଇଥିଲା | ଯାହା ପରେ ଟନେଲ ନିର୍ମାଣ ପାଇଁ ରାସ୍ତା ସଫା ହୋଇଯାଇଥିଲା |ଏଠାରେ ସୂଚନା ଥାଉ କି ସମୁଦ୍ରପତ୍ତନଠାରୁ ୧୦ ହଜାର ଫୁଟ ଉପରେ ନିର୍ମାଣ ହୋଇଥିବା ଏହି ଟନେଲ ପାଇଁ ୩୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି |ପୂର୍ବତନ ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଏହି ଟନେଲ ନାମିତ ହୋଇଥିବାବେଳେ ଏହି ଟନେଲର ଲମ୍ବା ୯ କିଲୋମିଟର ରହିଛି | ଟନେଲଟି ଲେହ-ମନାଲି ରାଜପଥରେ ନିର୍ମାଣ ହୋଇଥିବାବେଳେ ଏହା ହିମାଚଳପ୍ରଦେଶର ମନାଲି ଓ ଲଦାଖର ଲେହ ମଧ୍ୟରେ ଥିବା ୪୬ କିଲୋମିଟର ଦୂରତାକୁ କମ କରିଦେବ |

ସମ୍ବନ୍ଧିତ ଖବର