ମୁମ୍ବାଇ: ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲ ଏବଂ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଗତକାଲି ଖବର ମିଳିଥିଲା। ଦୁହେଁ ଆଗାମୀ ୩ମାସ ମଧ୍ୟରେ ବିବାହ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏବେ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ଆଥିୟା ସେଟ୍ଟୀ। ଆଥିଆ ସେଟ୍ଟୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଷ୍ଟୋରୀ ସେୟାର କରି ଲେଖିଛନ୍ତି ଯେ, ଆଶା କରୁଛି ମୋତେ ଏହି ବିବାହକୁ ନିମନ୍ତ୍ରଣ କରାଯିବ, ଯାହା ୩ମାସ ପରେ ହେବାକୁ ଯାଉଛି।
ଆଥିୟାଙ୍କ ଏଭଳି ପୋଷ୍ଟ ପରେ କ୍ରିକେଟର କେ.ଏଲ୍ ରାହୁଲ ଏବଂ ବଲିଉଡ ଅଭିନେତ୍ରୀ ଆଥିୟା ୩ମାସ ପରେ ବିବାହ କରୁନଥିବା ସ୍ପଷ୍ଟ ହୋଇଛି।
/sambad/media/post_attachments/98a7f349556ae174159719445b3006651844654c0a3c52c168dd9c9f0626426a.jpg)
କୁହାଯାଉଥିଲା ଯେ, ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ.ଇନକୁ ଆଥିୟା ଏବଂ ରାହୁଲଙ୍କ ବିବାହ ବିଷୟରେ ସୂଚନା ଦେଇଛନ୍ତି ଆଥିୟା ସେଟ୍ଟୀଙ୍କ ବନ୍ଧୁ କହିଥିଲେ ଯେ, ଆଥିୟା ଏବଂ କେ.ଏଲ୍ ରାହୁଲ ୩ବର୍ଷରୁ ଅଧିକ ସମୟ ହେଲାଣି ପରସ୍ପରକୁ ଡେଟ୍ କରୁଛନ୍ତି ଏବଂ ବର୍ତ୍ତମାନ ଉଭୟ ଆସନ୍ତା ୩ମାସ ମଧ୍ୟରେ ବିବାହ କରିବେ। ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଛି। କିଛି ଦିନ ତଳେ ରାହୁଲଙ୍କ ପିତାମାତା ମୁମ୍ବାଇରେ ଆଥିୟାଙ୍କ ପିତାମାତାଙ୍କୁ ଭେଟିଥିଲେ। ପରେ ଆଥିୟା ଏବଂ ରାହୁଲ ନିଜ ପରିବାର ସହ ସେମାନଙ୍କର ନୂତନ ଘର ଦେଖିବାକୁ ଯାଇଥିଲେ, ଯେଉଁଠି ଦୁହେଁ ବିବାହ ପରେ ରହିବେ। ଆସନ୍ତା ୩ମାସ ମଧ୍ୟରେ ମୁମ୍ବାଇରେ ଏହି ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ। ଏହା ଉଭୟ ପରିବାର ପାଇଁ ଏକ ବଡ଼ ଉତ୍ସବ ହେବ। ଆଥିୟା ନିଜେ ବିବାହର ପ୍ରସ୍ତୁତି କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-110.jpg)