ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ସୁପ୍ରିମକୋର୍ଟରେ ଝଟ୍‌କା: ସୁରକ୍ଷା ପାଇଁ କରିଥିବା ଆବେଦନ ଖାରଜ

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଆଜି ସୁପ୍ରିମକୋର୍ଟ‌ରେ ଶକ୍ତ ଝଟ୍‌କା ଲାଗିଛି। ଉତ୍ତରପ୍ରଦେଶ ପୁଲିସ ହାଜତରେ ସେ ସୁରକ୍ଷା ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲା। ନିଜ ଜୀବନ ପ୍ରତି ବିପଦ ଥିବା କହି ଅତିକ ସୁରକ୍ଷା ପାଇଁ ‌ସୁପ୍ରିମକୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ଅତିକର ଆବେଦନକୁ ଖାରଜ କରିଦେଇଛନ୍ତି। ଜଷ୍ଟିସ ଅଜୟ ରସ୍ତୋଗି ଏବଂ ବେଲା ଏମ୍‌ ତ୍ରିବେଦୀଙ୍କ ଖଣ୍ଡପୀଠ ଅତିକକୁ ଆହ୍ଲାବାଦ ହାଇକୋର୍ଟ ଯିବାପାଇଁ ସ୍ବାଧୀନତା ପ୍ରଦାନ କରିଛନ୍ତି। ଆହ୍ଲାବାଦ ହାଇକୋର୍ଟରେ ଅତିକ ଏନେଇ ଆବେଦନ କରିପାରିବ।

ସମ୍ବନ୍ଧିତ ଖବର