ନୂଆଦିଲ୍ଲୀ: ଇସ୍ତଫା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଆପ ପରାଜୟ ପରେ ଆଜି ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । ରାଜଭବନରେ ପହଞ୍ଚି ଉପରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଶନିବାର ଆସିଥିବା ନିର୍ବାଚନ ଫଳାଫଳରେ ବିଜେପିକୁ ୪୮ ଏବଂ ଆମ୍ ଆଦମି ପାର୍ଟିକୁ ୨୨ଟି ଆସନ ମିଳିଛି ।
ଆତିଶୀ କାଲକାଜୀ ବିଧାନସଭା ଆସନରୁ ବିଜୟ ଲାଭ କରିଛନ୍ତି । ରମେଶ ବିଧୁରିଙ୍କୁ ୩୫୦୦ରୁ ଅଧିକ ଭୋଟ୍ ରେ ହରାଇଛନ୍ତି ଆତିଶୀ। ତେବେ ଭାରତୀୟ ଜନତା ପାର୍ଟି ଦିଲ୍ଲୀ ଅକ୍ତିଆର କରିବା ପରେ ପଦ ଛାଡିଛନ୍ତି ଆତିଶୀ ।
ବିଜେପି ପକ୍ଷରୁ ଏଯାଏଁ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କିଛି ଘୋଷଣା କରାଯାଇନି। ଆଜି ସନ୍ଧ୍ୟାରେ ଦିଲ୍ଳୀ ବିଜେପି ଅଧ୍ୟକ୍ଷ ସମସ୍ତ ଜିତିଥିବା ବିଧାୟକଙ୍କୁ ସାକ୍ଷାତ କରିବେ । ମୋଦୀ ବିଦେଶ ଗସ୍ତରୁ ଫେରିବା ପରେ ଶପଥ ଉତ୍ସବ ସମାରୋହ ହେବାର ସମ୍ଭାବନା ରହିଛି । ଆଉ ଏପଟେ ଆତିଶୀଙ୍କ ଇସ୍ତଫା ପରେ ଭାଙ୍ଗିଲା ଦିଲ୍ଲୀ ବିଧାନସଭା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/09/QmUgZAa22hQVy14vaLPT.jpg)