ବେଙ୍ଗାଲୁରୁ: ଗତ କିଛିଦିନ ତଳେ ବେଙ୍ଗାଲୁରୁରେ ଦିବାଲୋକରେ ଏକ ଏଟିଏମ୍ ଟଙ୍କା ଗାଡ଼ି ଲୁଟ୍ ହୋଇଯାଇଥିଲା। ସାଉଥ ଡିଭିଜନ୍ ପୁଲିସ ଏହି ଘଟଣାର ତଦନ୍ତ କରୁଥିବାବେଳେ ଏଟିଏମ୍ ଗାଡ଼ିରେ ଥିବା ୭.୧୧ କୋଟି ଟଙ୍କାରୁ ପ୍ରାୟ ୫ କୋଟି ଟଙ୍କା ଉଦ୍ଧାର ହୋଇଛି। ଚେନ୍ନାଇ ଏବଂ ଆନ୍ଧ୍ରପ୍ରଦେଶରୁ ପୁଲିସ ଏହି ଟଙ୍କା ପାଇବାରେ ସଫଳ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ ସହରର ପୂର୍ବ ଡିଭିଜନ୍ର ଜଣେ ପୁଲିସ କନେଷ୍ଟବଳ ହେଉଛନ୍ତି ଏହାର ମାଷ୍ଟରମାଇଣ୍ଡ। କେରଳର ଜଣେ ସିଏମଏସ୍ (କ୍ୟାସ ମ୍ୟାନେଜମେଣ୍ଟ ସର୍ଭିସେସ୍) ପୂର୍ବତନ କର୍ମଚାରୀ ମଧ୍ୟ ଏଥିରେ ସମ୍ପୃକ୍ତ। ଉଭୟ ଘନିଷ୍ଟ ବନ୍ଧୁ ଏବଂ ସେମାନେ ଗତ ୬ ମାସ ଧରି ଏହି ଲୁଟ୍ ଯୋଜନା କରୁଥିଲେ। ପୁଲିସ ମଧ୍ୟ ଏହି ମାମଲାରେ ପରିବହନ ସହାୟତା ପ୍ରଦାନ କରିଥିବା ଅନ୍ୟ ୩ ଜଣଙ୍କୁ ଗିରଫ କରିଛି। ପୁଲିସ ଘଟଣାରେ ୨ ଭାଇଙ୍କ ନିକଟରେ ପହଞ୍ଚିଛନ୍ତି ଯେଉଁମାନେ ଏହି ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଉକ୍ତ ୨ ଭାଇ ହେଉଛନ୍ତି ଜଣେ ପୂର୍ବତନ ଯବାନଙ୍କ ପୁଅ। ସେମାନେ ଆନ୍ଧ୍ରପ୍ରଦେଶ ଚିତୁରର।
୫ କୋଟିରୁ ଅଧିକ ଟଙ୍କା ଜବତ
ଜଣେ ପୁଲିସ ଗିରଫ
ପୁଲିସ ସିସିଟିଭି ଫୁଟେଜ ଆଧାରରେ ୫ ଜଣ ଲୁଟେରାଙ୍କୁ ଚିହ୍ନଟ କରିଛି ଯେଉଁମାନ ଅଭ୍ୟାସଗତ ଭାବେ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ରହନ୍ତି। ପୁଲିସ ମଧ୍ୟ ଏହି ଘଟଣାରେ ୩୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଜେରା କରୁଛି। ଉଲ୍ଲେଖଯୋଗ୍ୟ, ପୁଲିସ ସିଏମ୍ଏସର ପୂର୍ବତନ କର୍ମଚାରୀଙ୍କ ମୋବାଇଲ ଫୋନ୍ ଡିଟେଲ୍ସ ଚେକ୍ କରିବାପରେ କନେଷ୍ଟବଳ ଏବଂ ତାଙ୍କ ବନ୍ଧୁଙ୍କ ଭୂମିକା ସଂକ୍ରାନ୍ତରେ ଜଣାପଡ଼ିଲା। ପୂର୍ବତନ ସିଏମ୍ଏସ୍ କର୍ମଚାରୀଙ୍କୁ ଜେରା ସମୟରେ ତାଙ୍କ ପାଟିରୁ ସତ ବାହାରିଲା। ଅନ୍ୟପକ୍ଷେ ଅପରାଧରେ ସମ୍ପୃକ୍ତ କନେଷ୍ଟବଳଙ୍କ ଅପରାଧ ଅତୀତ ପାଇଁ ତାଙ୍କୁ ଜେରା କରାଯାଇଥିଲା। କନେଷ୍ଟବଳ ରୁଟ୍ ମ୍ୟାପ୍ ପ୍ରସ୍ତୁତ କରିଥିବାବେଳେ ତାଙ୍କ ବନ୍ଧୁ ସିଏମ୍ଏସ ସଂକ୍ରାନ୍ତରେ ଜଣାଇଥିଲେ ଏବଂ ସିଆଇଟିଭି (କ୍ୟାସ୍ ଇନ ଟ୍ରାନ୍ଜିଟ ଭେଇକଲ୍)ର ସୁରକ୍ଷା ପଦକ୍ଷେପ ସଂକ୍ରାନ୍ତରେ ଜଣାଇଥିଲେ। ବଂଶୱାଡ଼ିର କିଛି ଯୁବକଙ୍କୁ କନେଷ୍ଟବଳ ଏହି ଲୁଟ୍ ପାଇଁ ବ୍ୟବହାର କରିଥିଲେ। ପାଟ୍ରୋଲିଂ ଡ୍ୟୁଟିରେ ରହୁଥିବା କନେଷ୍ଟବଳ ଏକ ଘର ଭିତରେ ପାର୍କ ହୋଇ ରହୁଥିବା ସ୍ବିଫ୍ଟ କାର୍ର ପଞ୍ଜିକରଣ ନମ୍ବରକୁ ଚୋରି ପାଇଁ ବ୍ୟବହୃତ ଇନୋଭା ଗାଡ଼ି ପାଇଁ ବ୍ୟବହାର କରିଥିଲେ। କନେଷ୍ଟବଳଙ୍କର ଅପରାଧ ଅତୀତ ରହିଛି। ପୂର୍ବରୁ ସେ ଅନ୍ୟ ଏକ ଅପରାଧ ମାମଲାରେ ଗିରଫ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/23/adgdadgdga-2025-11-23-03-48-41.jpg)