ସରକାରୀ ବ୍ୟାଙ୍କଗୁଡ଼ିକରେ ୨୫ ପ୍ରତିଶତ ଏଟିଏମ୍‌ ପ୍ରତି ରହିଛି ଠକେଇ ବିପଦ !

ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ ଏଟିଏମ୍‌ ଠକେଇ ବଢ଼ିବାରେ ଲାଗିଛି। ଏହା ଏବେ ଚିନ୍ତାର କାରଣ ପାଲଟିଛି। ତେବେ ବର୍ତ୍ତମାନ ସରକାରୀ ବ୍ୟାଙ୍କର ଏଟିଏମ୍‌ ଗୁଡ଼ିକରେ ବ୍ୟବହାର କରାଯାଇଥିବା ସଫ୍‌ଟଓୟାର୍‌ ବହୁତ ପୁରୁଣା ହୋଇଗଲାଣି। ତାହାକୁ ଅପଗ୍ରେଡ୍‌ କରିବା ପ୍ରତି ଧ୍ୟାନ ଦିଆଯାଉଛି। ଦୁର୍ବଳ ସଫ୍‌ଟଓୟାର୍‌ ବ୍ୟବହାର କରାଯାଇଥିବାରୁ ସରକାରୀ ବ୍ୟାଙ୍କଗୁଡ଼ିକର ୨୫ ପ୍ରତିଶତ ଏଟିଏମ୍‌ ପ୍ରତି ଠକେଇ ବିପଦ ରହିଛି ବୋଲି ସରକାର ଅନୁମାନ କରୁଛନ୍ତି। ସଂସଦରେ ଆଲୋଚନା ବେଳେ ସରକାର ଏହି ସୂଚନା ଦେଇଛନ୍ତି। ଏଟିଏମ୍‌ ଗୁଡ଼ିକରେ ସର୍ବନିମ୍ନ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ମଧ୍ୟ ଜଣାପଡ଼ିଛି।

ତେବେ ଘରୋଇ ବ୍ୟାଙ୍କଗୁଡ଼ିକ ଦ୍ୱାରା ପରିଚାଳିତ ହେଉଥିବା ଏଟିଏମ୍‌ ଗୁଡ଼ିକର ସ୍ଥିତି କ’ଣ ତାହା ଜଣାପଡ଼ିନାହିଁ। ଦେଶରେ ସରକାରୀ ବ୍ୟାଙ୍କଗୁଡ଼ିକର ଏଟିଏମ୍‌ ସଂଖ୍ୟା ଅଧିକ। ଏଟିଏମରେ ହେଉଥିବା ୭୦% କାରବାର ସରକାରୀ ବ୍ୟାଙ୍କର ଏଟିଏମରେ ହେଉଛି। ବଳକା କାରବାର ଘରୋଇ ବ୍ୟାଙ୍କ ଏଟିଏମ୍‌ କବଜାରେ ରହିଛି। ଘରୋଇ ବ୍ୟାଙ୍କଗୁଡ଼ିକର ଉପସ୍ଥିତି ସାରା ଦେଶରେ ବଢ଼ିଥିଲେ ମଧ୍ୟ ଏଟିଏମ୍‌ ନେଟଓ୍‌ର୍କ ପ୍ରତି ସେମାନଙ୍କ ଯୋଗଦାନ ଏତେ ଅଧିକ ହୋଇପାରିନାହିଁ।

ସମ୍ବନ୍ଧିତ ଖବର