ଏଟିଏମ୍ ସମସ୍ୟା ସାମୟିକ, ବଜାରରେ ଯଥେଷ୍ଟ ନଗଦ ଟଙ୍କା ରହିଛି: ଜେଟଲୀ

ନୂଆଦିଲ୍ଲୀ: ଦେଶର ଏଟିଏମଗୁଡ଼ିକରେ ଦେଖାଯାଇଥିବା ନଗଦ ଅର୍ଥ ସଂକଟ ପରେ ସାରା ଦେଶରେ ପୁଣି ବିମୁଦ୍ରାୟନ ସମୟ କଥା ମନେ ପଡିଯାଉଛି । ତେବେ ଲୋକଙ୍କ ଏହି ଆଶଙ୍କା ଭିତ୍ତିହୀନ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଦେଶର ବ୍ୟାଙ୍କ ଗୁଡ଼ିକରେ ଯଥେଷ୍ଟ ପରିମାଣରେ ଟଙ୍କା ମହଜୁଦ ଅଛି । ଦେଶର କେତେକ ଅଂଚଳରେ ନୋଟ ଚାହିଦା ହଠାତ ବଢିଯିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି । କିନ୍ତୁ ଏହି ସମସ୍ୟା ସାମୟିକ ଓ ଖବଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଜେଟଲୀ କହିଛନ୍ତି ।

 

ଗତ ସୋମବାରଦିନ ମହାରାଷ୍ଟ୍ର, ବିହାର ଓ ଗୁଜୁରାଟରେ ଏପରି ସମସ୍ୟା ଦେଖଦେଇଥିଲା । ଏହା ପୂର୍ବରୁ ଗତ ମାସରେ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର କେତେକ ସ୍ଥାନରେ ଏଟିଏମରେ ଟଙ୍କା ସମସ୍ୟା ଦେଖାଯାଇଥିଲା । ଆଜି ଅର୍ଥାତ ମଙ୍ଗଳବାରଦିନ ମଧ୍ୟ ଦେଶର ବିଭିନ୍ନ ଅଂଚଳରୁ ଏ ନେଇ ଅଭିଯୋଗ ମିଳୁଛି । ଅନ୍ୟପକ୍ଷରେ ଏପ୍ରିଲ ୬ ସୁଦ୍ଧା ଦେଶର ଅର୍ଥବ୍ୟବସ୍ଥାରେ ପ୍ରାୟ ୧୮.୧୭ ଲକ୍ଷ କୋଟିର ନଗଦ ଅର୍ଥ ରହିଥିଲା, ଯାହାକି ବିମୁଦ୍ରାୟମ ସମୟରେ ଅର୍ଥ ବ୍ୟବସ୍ଥରେ ଥିବା ନଗଦ ଟଙ୍କା ସହିତ ପ୍ରାୟ ସମାନ । ଆହୁରି ମଧ୍ୟଦେଶରେ ୨ହଜାର ଟଙ୍କିଆ ନୋଟ ଉଭାନ ହବା ନେଇ ଗୁଜବ ପ୍ରଚାରିତ ହୋଇଛି ।

ସମ୍ବନ୍ଧିତ ଖବର