ଚେନ୍ନାଇ: ଏଯାବତ ଆପଣ ଅଟୋମେଟେଡ ଟେଲର ମେସିନ୍ (ଏଟିଏମ୍)ରୁ ଟଙ୍କା, କ୍ଷୀର, ଖାଦ୍ୟ-ପାନୀୟ ବାହାରୁ ଥିବା ଦେଖିବାକୁ ପାଇଥିଲେ। ଲୋକମାନେ କିପରି ସୁବିଧାରେ ଏଟିଏମ୍ରୁ ଔଷଧ ପାଇ ପାରିବେ ସେନେଇ ତାମିଲନାଡୁ ସରକାର ଏବେ ଯୋଜନା କରୁଛନ୍ତି।
ରାଜ୍ୟ ମୁଖ୍ୟମନ୍ତ୍ରୀ ଇ କେ ପଲନିସାନୀ ବୁଧବାର କହିଛନ୍ତି କି, ୩୨ଟି ସ୍ଥାନରେ ଏହି ମ୍ୟାସିନ୍ ଲଗାଯିବ। ଏଥିପାଇଁ ୮୦ଲକ୍ଷ ଟଙ୍କା ଖର୍ଚ୍ଚ ହେବା ନେଇ ଅଟକଳ କରାଯାଇଛି। ସେଥିମଧ୍ୟରୁ ୨୩ଟି ମେସିନ୍ ସରକାରୀ ମେଡିକଲ କଲେଜ ଓ ସହରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲଗାଯିବ।
ସୂଚନାଯୋଗ୍ୟ, ଏହି ମେସିନ୍ରେ ଟିବି, ସୁଗାର ଓ ଉକ୍ତରକ୍ତଚାପ ଭଳି ରୋଗର ଔଷଧ ମିଳିବ। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ରୋଗୀଙ୍କୁ ଔଷଧ ପାଇଁ ଏଣିକି ଆଉ ଲମ୍ବା ଲାଇନ୍ ଲଗାଇବାକୁ ପଡ଼ିବ ନାହିଁ। ପ୍ରେସ୍କ୍ରିପସନ୍ ପେପରରେ ଲୋକମାନେ ଏକ କ୍ୟୁ ଓ କୋଡକୁ ସ୍କାନ୍ କରି ମେସିନ୍ରୁ ସଠିକ୍ ଔଷଧ ପାଇ ପାରିବେ।