ତଥ୍ୟ ଲିକ ଅଭିଯୋଗରେ ସେବାନିବୃତ ଯବାନଙ୍କୁ ଗିରଫ କଲା ଏଟିଏସ

ନୂଆଦିଲ୍ଲୀ: ସେନାର ତଥ୍ୟ ଲିକ ଅଭିଯୋଗରେ ଗିରଫ ହେଲେ ସେନାର ପୂର୍ବତନ ଯବାନ | ଶୁକ୍ରବାର ଦିନ ମେରଟ ଏଟିଏସ(ଆଣ୍ଟି ଟେରୋରିଜିମ ସ୍କ୍ୱାର୍ଡ)ର ଏକ ଟିମ ଜଣେ ପୂର୍ବତନ ଯବାନଙ୍କୁ ଗିରଫ କରିଛି | ଏହି ଯବାନଙ୍କ ନାମ ସୌରଭ ଶର୍ମା ହୋଇଥିବାବେଳେ ତାଙ୍କୁ ଉତ୍ତରପ୍ରଦେଶର ହାପୁରରୁ ଗିରଫ କରାଯାଇଛି । ଅଭିଯୋଗ ହୋଇଛି ଯେ ଏହି ପୂର୍ବତନ ସେନା କର୍ମଚାରୀ ଦେଶର ଆଭ୍ୟନ୍ତରୀଣ କାର୍ଯ୍ୟକଳାପ ସହ ଜଡିତ ତଥ୍ୟ ଲିକ୍ କରୁଥିଲେ।

ଏ ସଂପର୍କରେ ଏଟିଏସ୍ ସମସ୍ତ ପ୍ରମାଣ ସଂଗ୍ରହ କରିଛି। ଏଟିଏସ୍ ପୂର୍ବରୁ ଏହି ଯବାନଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା | କିନ୍ତୁ ସେତେବେଳେ ଏଟିଏସ ଟିମ ତାଙ୍କୁ ଛାଡିଦେଇଥିଲା | କିନ୍ତୁ ଆଜି ଯବାନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରାଯାଇଛି |

ସୌରଭଙ୍କ ଘର ଉତ୍ତରପ୍ରଦେଶ ହାପୁରରେ ହୋଇଥିବାବେଳେ କିଛି ମାସ ପୂର୍ବରୁ ସେନାରୁ ସେ ଅବସର ନେଇଥିଲେ। ତେବେ ଅବସର ପରେ ସେ ତଥ୍ୟ ଲିକରେ ସମ୍ପୃକ୍ତି ଥିଲେ ନା ସେନାରେ ଥିବାବେଳେ ତଥ୍ୟ ଲିକ କରୁଥିଲେ ସେନେଇ ଜଣାପଡିନାହିଁ | ଏହି ପରିପ୍ରେକ୍ଷୀରେ ସରକାରୀ ସିକ୍ରେଟ୍ ଆକ୍ଟ ଅନୁଯାୟୀ ଏଟିଏସ୍ ପୁଲିସ ଷ୍ଟେସନରେ ସୌରଭ ଶର୍ମାଙ୍କ ବିରୋଧରେ ଏକ ରିପୋର୍ଟ ଦାଖଲ କରାଯାଇଛି।

ସମ୍ବନ୍ଧିତ ଖବର