ଲଖନଉରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ଚଢ଼ାଉ କଲା ଏଟିଏସ, ମିଳିଲା ପ୍ରେସର ବୋମା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖନଉରେ ଆତଙ୍କବାଦୀ ଥିବାର ଖବର ମିଳିବା ପରେ ଏଟିଏସ ଏକ ଘର ଉପରେ ଚଢ଼ାଉ କରିଛି | ଆଜି ଉତ୍ତରପ୍ରଦେଶ ଏଟିଏସ୍ ଲଖନଉର ମେଗନୋ ବେଲ୍ଟ କାକୋରିରେ ଥିବା ଏକ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ପାଇବା ପରେ ଏହାକୁ ଘେରିଥିଲେ। ତେବେ ଏହି ଘରୁ କେହି ଆତଙ୍କବାଦୀ ମିଳିନଥିବାବେଳେ ଏଟିଏସ୍ ଦୁଇଟି ପ୍ରେସର କୁକର ବୋମା ଏବଂ ଏକ ଅର୍ଦ୍ଧ ନିର୍ମିତ ଟାଇମ ବୋମା ଉଦ୍ଧାର କରିଛି।

ସୂଚନା ଥାଉ କି ଲଖନଉ କାକୋରିର ରିଙ୍ଗ ରୋଡରେ ନିର୍ମିତ ଏହି ଘରକୁ ଉତ୍ତରପ୍ରଦେଶ ଏଟିଏସର ତିନିଟି ଟିମ ଘେରି ରହିଥିଲେ। ଏହି ଘରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏଟିଏସ୍ ଟିମ୍ ସୂଚନା ପାଇଥିଲା। ଘର ନିକଟରେ ଥିବା ଲୋକଙ୍କୁ ଏଟିଏସ୍ ଖାଲି କରିଛି। ଘରଟି ମାଲିହାବାଦର ସାହିଦଙ୍କର ହୋଇଥିବାବେଳେ ଏବେ ତାଙ୍କୁ ପଚରାଉଚୁରା କରାଯାଉଛି |

ଏହି ଘରେ କିଏ ରହୁଥିଲେ ଓ କେଉଁମାନେ ଏହି ବୋମା ରଖିଥିଲେ ସେ ନେଇ ସୂଚନା ମିଳିନାହିଁ | ଅନୁସନ୍ଧାନ ବେଳେ ଏଟିଏସ୍ ଏହି ଘରୁ ଦୁଇଟି ପ୍ରେସର କୁକର ବୋମା ଏବଂ ଏକ ଅଧା ତିଆରି ହୋଇଥିବା ଟାଇମ ବୋମା ପାଇଥିଲା। ଏଥିସହ ସାତରୁ ଆଠ କିଲୋଗ୍ରାମ ବୋମା ତିଆରି ସାମଗ୍ରୀ ମଧ୍ୟ ଜବତ କରିଛି |

ସମ୍ବନ୍ଧିତ ଖବର