ମନି ଲଣ୍ଡରିଂ ମାମଲାରେ ଗୁଜୁରାଟରେ ଏଟିଏସର ବଡ ଚଢ଼ାଉ, ୨୦୦ଟି ସ୍ଥାନରେ ଚାଲିଛି ରେଡ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆତଙ୍କବାଦ ବିରୋଧୀ ସ୍କ୍ୱାର୍ଡ (ଏଟିଏସ) ବଡ ପଦକ୍ଷେପ ନେଇଛି। ଏଟିଏସ୍ ଆଜି ଗୁଜୁରାଟରେ ବଡଧରଣର ଚଢ଼ାଉ କରିଛି | ଏହି ଚଢ଼ାଉରେ ଏପର୍ଯ୍ୟନ୍ତ ୯୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୦୦ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଥିବାବେଳେ ରାଜ୍ୟ ଗୃହ ବିଭାଗର ସୂତ୍ର ଅନୁଯାୟୀ ଡ୍ରଗ୍ ରାକେଟ ଏବଂ ମନି ଲଣ୍ଡରିଂ ମାମଲାରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉଛି। ଏଟିଏସ୍ ନେତୃତ୍ୱରେ ବିଭିନ୍ନ ଏଜେନ୍ସିର ମିଳିତ ଅପରେସନରେ ରାଜ୍ୟର ୧୦୦ରୁ ଅଧିକ କମ୍ପାନୀର ୨୦୦ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି | ଚଢ଼ାଉ ସମୟରେ ନକଲି ଦସ୍ତାବିଜ ସହ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି |

ସୂତ୍ରରୁ ପ୍ରକାଶ ଯେ ଏଟିଏସ୍ ବ୍ୟତୀତ ଜିଏସଟି ବିଭାଗ, ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚ ମଧ୍ୟ ଚଢ଼ାଉରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ୭୪ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି | ସୂତ୍ରରୁ ପ୍ରକାଶ ଯେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) କୁ ଜାଲିଆତି କରି ଜାଲ୍ ବିଲ୍ ଜାରି କରିବାର ଅନେକ ମାମଲା ରାଜ୍ୟରେ ସାମ୍ନାକୁ ଆସିଛି। ଏହାପୂର୍ବରୁ ଗୁରୁବାର ଦିନ ଏଟିଏସ୍ ଦିଲ୍ଲୀରୁ ଜଣେ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରିଥିଲା। ଯାହାଠାରୁ ଡ୍ରଗ୍ସ ମିଳିଥିଲା। ଆଉ ଗୁଇନ୍ଦା ସୂଚନା ମିଳିବା ପରେ ଏହି ଚଢ଼ାଉ ଜାରି ରହିଛି |

ସମ୍ବନ୍ଧିତ ଖବର