ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ନକ୍ସଲ ଅପେରସନରେ ବିଜପୁର ଓ ସୁକମା ସୀମାନ୍ତ ଜଙ୍ଗଲରେ କୁମ୍ବିଂ କରୁଥିବା ଯବାନଙ୍କ ଉପରେ ନକ୍ସଲ ଆକ୍ରମଣ ଘଟିଛି। ନକ୍ସଲ ପାଇପ ବୋମା ଦ୍ୱାରା ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୬ ଜଣ ଯବାନ ଗୁରୁତର ହୋଇଥିଲେ। ତେବେ ମିଳିଥିବା ସୂଚନା ଅନୁସାରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି।୪ ଜଣ ଯବାନ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।ଆହତ ଯବାନଙ୍କ ଉତ୍ତମ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରାଯିବ ବୋଲି ଜଣାପଡିଛି।
/sambad/media/post_attachments/wp-content/uploads/2024/07/2e3df85b-1195-4436-863d-7e837448089d.jpeg)
ସହିଦ ଯବାନ ହେଲେ ଏସ ଟି ଏଫ ବାଟାଲିୟନର କନେଷ୍ଟବଳ ଭାରତ ସାହୁ ଏବଂ ସତେର ସିଂହ କାଙ୍ଗେ। ଆହତ ଯବାନମାନେ ହେଲେ ପୁରୁଷୋତ୍ତମ ନାଗ,କୋମଳ ଯାଦବ,ସିୟାରମ ସୋରି ଓ ସଞ୍ଜୟ କୁମାର। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପେରସନ ଜୋରଦାର କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/00ba03ee-6a51-433e-a3d7-13f82d9e4166.jpeg)