ମୋଦୀ ସରକାରଙ୍କ ବଡ଼ ଘୋଷଣା: ଛୁଟି ସମୟରେ ଆକ୍ରମଣ ଯୋଗୁଁ ମୃତ୍ୟୁ ହେଲେ ଅନଡ୍ୟୁଟି ଭାବେ ବିଚାର କରାଯିବ

ନୂଆଦିଲ୍ଲୀ: ଛୁଟି ସମୟରେ କୌଣସି ସୈନିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ସ୍ପଷ୍ଟୀକରଣ ଜାରି କରିଛି | ଏହା ମୁତାବକ ଯଦି ଛୁଟିରେ ଥିବାବେଳେ କୌଣସି ସୈନିକଙ୍କୁ ଆତଙ୍କବାଦୀ, ମାଓବାଦୀମାନେ ଆକ୍ରମଣ କରି ହତ୍ୟା କରନ୍ତି, ତେବେ ଏହାକୁ ଅନ ଡ୍ୟୁଟି ଡେଥ ବା କର୍ତ୍ତବ୍ୟବେଳେ ମୃତ୍ୟୁ ଭାବେ ବିବେଚନା କରାଯିବ। ସେହି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ | ଏହି ନିର୍ଦ୍ଦେଶନାମା ତିନି ସେନା ଉପରେ ଲାଗୁ କରାଯାଇଛି।

ନିକଟରେ ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଯଦି ଜଣେ ସୈନିକ ଛୁଟିରେ ତାଙ୍କ ଘରକୁ ଆସିଛନ୍ତି କିମ୍ବା ଅନ୍ୟ କୌଣସି ସ୍ଥାନକୁ ଯାଇଛନ୍ତି ଓ ଏହି ସମୟରେ ଯଦି ତାଙ୍କୁ ଆତଙ୍କବାଦୀ ହତ୍ୟା କରନ୍ତି, ତେବେ ତାଙ୍କ ମୃତ୍ୟୁକୁ ଅନ ଡ୍ୟୁଟି ଡେଥ ଭାବେ ବିବେଚନା କରାଯିବ। ଅନ ଡ୍ୟୁଟି ଡେଥରେ ଯେତିକି କ୍ଷତିପୂରଣ ରାଶି ମିଳିଥାଏ ତାଙ୍କ ସମ୍ପର୍କୀୟମାନେ ସମାନ କ୍ଷତିପୂରଣ ପାଇବାକୁ ଅଧିକାର ପାଇବେ |

ସୂଚନା ମୁତାବକ ବିଶେଷକରି ଯେତେବେଳେ ସାମରିକ କର୍ମଚାରୀ ଛୁଟିରେ ଥିଲେ ସେମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି। | ତେବେ କଶ୍ମୀରରେ ଏଭଳି ଘଟଣା ଅଧିକ ଘଟିଛି। ତେଣୁ ଯଦି ଆତଙ୍କବାଦୀ ଆକ୍ରମଣରେ କୌଣସି ଯବାନଙ୍କର(ଛୁଟିରେ ଥିବା) ମୃତ୍ୟୁ ହୋଇଯାଏ, ତେବେ ସେମାନଙ୍କୁ ଅନ ଡ୍ୟୁଟି ଡେଥ ଭାବେ ବିବେଚନା କରାଯାଇ କ୍ଷତିପୂରଣ ଦିଆଯିବ | ତେବେ ଯଦି ଛୁଟିରେ ଥିବା ସୈନିକଙ୍କୁ ବ୍ୟକ୍ତିଗତ ଶତ୍ରୁତା ହେତୁ ଆକ୍ରମଣ କରାଯାଏ ଓ ତାଙ୍କର ମୃତ୍ୟୁ ହୋଇଯାଏ ତେବେ ଏହାକୁ ଅନ ଡ୍ୟୁଟି ଡେଥ ବିବେଚନା କରାଯିବ ନାହିଁ।

ସମ୍ବନ୍ଧିତ ଖବର