ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ଏକ ଗ୍ରାମରେ ୩ ଜଣ କଂଗ୍ରେସ ନେତାଙ୍କୁ ଶିଶୁ ଅପହରଣକାରୀ ସନ୍ଦେହରେ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଜନତା। ଏହି ୩ ଜଣ କଂଗ୍ରେସ ନେତା ହେଉଛନ୍ତି ଧର୍ମେନ୍ଦ୍ର ଶୁକ୍ଳା, ଧର୍ମୁ ସିଂହ ଲନ୍ଜିୱର ଏବଂ ଲଳିତ ଭାସ୍କର। ସେମାନେ ଏକ କାର୍ରେ ଯାତ୍ରା କରୁଥିବା ସମୟରେ ବେତୁଲ୍ ସ୍ଥିତ ନବନୀଶ ଗ୍ରାମରେ କିଛି ଗ୍ରାମବାସୀ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ତେବେ ଡକାୟତମାନେ ଏଭଳି କରିଥାଇପାରନ୍ତି ବୋଲି ଭାବି କଂଗ୍ରେସ ନେତାମାନେ ଗାଡ଼ି ବୁଲାଇବାକୁ ଚେଷ୍ଟା କରିବା ବେଳେ ସ୍ଥାନୀୟ ଗ୍ରାମବାସୀ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ପୁଲିସ ସୂତ୍ରରୁ ଜାଣିବାକୁ ମିଳିଛି ଯେ ହ୍ବାଟ୍ସଆପ୍ରେ ଏବେ ଶିଶୁ ଅପହରଣକାରୀ ଗ୍ୟାଙ୍ଗ୍ ବାବଦରେ ଏକ ଗୁଜବ ବ୍ୟାପିଛି। ନିକଟରେ ମଧ୍ୟ ଜଣେ ଭିକାରୀକୁ ଶିଶୁ ଅପହରଣକାରୀ ସନ୍ଦେହରେ ପ୍ରାୟ ୧୦୦ ଲୋକ ପିଟିପିଟି ହତ୍ୟା କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp