ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ ଗୁଜବ

ଜମ୍ମୁ : ଜମ୍ମୁ କଶ୍ମୀରରେ ଅମରନାଥ ଯାତ୍ରୀଙ୍କ ଉପରକୁ ପଥର ମାଡ଼ ହୋଇଥିବା ନେଇ ସୋସିଆଲ୍‌ ମିଡିଆରେ ମିଛ ପୋଷ୍ଟ୍‍ କରିଥିବା କିଛି ଟ୍ୟାକ୍ସି ଡ୍ରାଇଭରଙ୍କ ବିରୋଧରେ ଆଜି ପୁଲିସ ମାମଲା ରୁଜୁ କରିଛି। ଏକ ଟ୍ୟାକ୍ସି ଡ୍ରାଇଭର ଗୋଷ୍ଠୀ ଅମରନାଥ ଯାତ୍ରୀଙ୍କୁ ଭୟଭୀତ କରିବାପାଇଁ ଯାତ୍ରୀଙ୍କ ଉପରେ ପଥରମାଡ଼ ହୋଇଥିବା ନେଇ ସୋସିଆଲ୍‌ ମିଡିଆରେ ମିଛ ପୋଷ୍ଟ୍‍ କରିଥିଲେ। ଏହି ମାମଲାରେ ବିଭିନ୍ନ ଟ୍ୟାକ୍ସି ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର