ଅମୃତସର ଆକ୍ରମଣ ପଛରେ କେଏଲ୍‌ଏସ୍‌, ଆଇଏସ୍‌ଆଇ ରଚିଥିଲା ଷଡ଼ଯନ୍ତ୍ର ଜଣେ ଗିରଫ

ଅମୃତସର: ପଞ୍ଜାବର ଅମୃତସର ସହର ସ୍ଥିତ ରାଜାସାଂସି ଅଞ୍ଚଳରେ ଗତ ନଭେମ୍ବର ୧୮ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନୀ ଗ୍ରେନେଡ୍‌ ବ୍ୟବହୃତ ହୋଇଥିଲା ଏବଂ ଆକ୍ରମଣ ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ରହିଛି। ଆଇଏସ୍‌ଆଇର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କେଏଲ୍‌ଏଫ୍‌ (ଖଲିସ୍ତାନ ଲିବରେସନ୍‌ ଫୋର୍ସ) ହିଁ ଏହି ଆକ୍ରମଣ ଘଟାଇଛି। କେଏଲ୍‌ଏଫ୍‌ ମୁଖ୍ୟ ହରମିତ ପିଏଚ୍‌.ଡି ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଆଜି କହିଛନ୍ତି। ଉକ୍ତ ଆକ୍ରମଣ ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି ଏବଂ ସେ ଏଥିରେ ସାମିଲ ଥିବା ସ୍ବୀକାର କରିଛି ବୋଲି ଅମରିନ୍ଦର ସୂଚନା ଦେଇଛନ୍ତି। ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତକୁ ବିକ୍ରମଜିତ ସିଂହ ବୋଲି ଚିହ୍ନଟ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ଅବତାର ସିଂହକୁ ଏବେ ଖୋଜା ଚାଲିଛି। ଆକ୍ରମଣ ଘଟାଇବା ପାଇଁ ବ୍ୟବହୃତ ହୋଇଥିବା ମୋଟରସାଇକେଲ୍‌କୁ ମଧ୍ୟ ଅମୃତସର ପୁଲିସ ଜବତ କରିବାରେ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର