ଶ୍ରୀନଗର : ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି ଆତଙ୍କବାଦୀମାନେ ତ୍ରାଲ ସ୍ଥିତ ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ୩ ଜଣ ଆତଙ୍କବାଦୀ ଶିବିରକୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିବା ବେଳେ ସୁରକ୍ଷା ବାହିନୀର ତତ୍କାଳ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆତଙ୍କବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ଏହି ଘଟଣା ପରେ ସଂପୃକ୍ତ ଅଂଚଳରେ ମିଳିତ କମ୍ବିଂ ଅପରେସନ ଆରମ୍ଭ ହୋଇଛି। ଆଉ ଏକ ଘଟଣାରେ ଜଣେ ପୁଲିସ ସବ୍ ଇନ୍ସପେକ୍ଟରଙ୍କୁ ଆତଙ୍କବାଦୀମାନେ ପୁଲୱାମାରୁ ଅପହରଣ କରିନେଇ ହତ୍ୟା କରିଛନ୍ତି। ଏହି ପୁଲିସ ଅଧିକାରୀଙ୍କ ନାମ ଇମ୍୍ତିଆଜ ଅହମ୍ମଦ ମୀର୍ ଏବଂ ସେ ଗୁଇନ୍ଦା ବିଭାଗରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ମୀର୍ଙ୍କୁ ଅପହରଣ କରାଯିବାର ୨ ଘଣ୍ଟା ମଧ୍ୟରେ ଅତି ନିକଟରୁ ଗୁଳିମାରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ପୁଲିସ ଅଧିକାରୀଙ୍କୁ ଆତଙ୍କବାଦୀମାନେ ଏବେ ଟାର୍ଗେଟ୍ କରି ଘାଟିରେ ଚାଲିଥିବା ହିଂସାକୁ ନୂଆ ମୋଡ଼ ଦେଇଛନ୍ତି। ସେମାନେ ପୁଲିସ କର୍ମୀଙ୍କ ପରିବାର ସଦସ୍ୟଙ୍କ ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି। କିଛିଦିନ ତଳେ ଆତଙ୍କବାଦୀମାନେ ୧୦ ଜଣ ପୁଲିସ କର୍ମଚାରୀଙ୍କୁ ଅପହରଣ କରିନେଇଥିଲେ। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ସଂପର୍କୀୟଙ୍କୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଆତଙ୍କବାଦୀମାନେ ଏହି କାଣ୍ଡ ଘଟାଇଛନ୍ତି। ଏହି ଘଟଣା ପରେ ଜମ୍ମୁ କଶ୍ମୀର ପୁଲିସ ମୁଖ୍ୟ ଏସ୍ ପି ବୈଦଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା।
ତ୍ରାଲରେ ସୁରକ୍ଷାବାହିନୀ ଉପରେ ଆକ୍ରମଣ, ଗୁଇନ୍ଦା ଅଧିକାରୀଙ୍କୁ ଅପହରଣ ପରେ ହତ୍ୟା
/sambad/media/post_attachments/wp-content/uploads/2018/10/cid_officer_1540733760_618x347.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)