କରାଚୀ : ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ଝିଅ, ପାକିସ୍ତାନ ରାଷ୍ଟ୍ରପତି ଏବଂ ସାଂସଦ ଆସିଫା ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଉପରେ ଆକ୍ରମଣ ହୋଇଛି । ତାଙ୍କ କାରକେଡ୍ କରାଚୀରୁ ନବାବଶାହ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଆସିଫାଙ୍କ କାଫଲା ଜାମଶୋରୋ ଟୋଲ୍ ପ୍ଲାଜାରେ ପହଞ୍ଚିବା ମାତ୍ରେ ପ୍ରଦର୍ଶନକାରୀମାନେ ଏହାକୁ ରାସ୍ତା ମଝିରେ ଅଟକାଇ ଦେଇଥିଲେ। ପ୍ରଦର୍ଶନକାରୀମାନେ କ୍ରୋଧିତ ଦେଖାଯାଉଥିଲେ ଏବଂ ହଠାତ୍ ବାଡ଼ିରେ ଆସିଫା ଭୁଟ୍ଟୋଙ୍କ ସହ ଥିବା ଗାଡ଼ିଗୁଡ଼ିକୁ ଆକ୍ରମଣ କରିଥିଲେ, ଯାହା ଫଳରେ କିଛି ସମୟ ପାଇଁ ରାଜପଥରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ତଥାପି, ଏହି ଆକ୍ରମଣରେ ଆସିଫା ଭୁଟ୍ଟୋଙ୍କ କୌଣସି ଆଘାତ ହୋଇନାହିଁ।
ଜାମଶୋରୋ ଏବଂ ହାଇଦ୍ରାବାଦ ପୁଲିସ ଓ ଆସିଫାଙ୍କ ବ୍ୟକ୍ତିଗତ ସୁରକ୍ଷା ଦଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଭିଡ଼ରୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।
ଜାମଶୋରୋ ଏବଂ ହାଇଦ୍ରାବାଦ ପୁଲିସ ଓ ଆସିଫାଙ୍କ ବ୍ୟକ୍ତିଗତ ସୁରକ୍ଷା ଦଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଭିଡ଼ରୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ଏସ୍ଏସପି ଜାଫର ସିଦ୍ଦିକି କହିଛନ୍ତି ଯେ କନଭୟ ଗୋଟିଏ ମିନିଟରୁ କମ୍ ସମୟ ପାଇଁ ଅଟକିଥିଲା ଏବଂ ଏଥିରେ କେହି ଆହତ ହୋଇ ନଥିଲେ। ସେ କହିଛନ୍ତି ଯେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରାଯାଇଛି ଏବଂ ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ସିନ୍ଧ ସରକାରଙ୍କ କୃଷି ଜମି କର୍ପୋରେଟ୍ କମ୍ପାନୀଗୁଡ଼ିକୁ ହସ୍ତାନ୍ତର କରିବା ଯୋଜନା ଉପରେ ପ୍ରତିବାଦକାରୀମାନେ କ୍ଷୁବ୍ଧ ହୋଇଛନ୍ତି। ଏହା ବ୍ୟତୀତ, ବିବାଦୀୟ କେନାଲ ପ୍ରକଳ୍ପ ଯୋଗୁଁ ସ୍ଥାନୀୟ ଲୋକମାନେ ବିସ୍ଥାପନକୁ ନେଇ ମଧ୍ୟ ଚିନ୍ତିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/24/o2Klj7cxJVoLrtviIC1m.jpg)