ପାଟନା : ୟୁଜିସି-ନେଟ୍ ପେପର ଲିକ୍ ମାମଲାରେ ନଓ୍ଵାଡ଼ାର ମୁରେଣା ପଞ୍ଚାୟତର କାସିଆଡିହ ଗାଁରେ ପହଞ୍ଚିଥିବା ସିବିଆଇ ଓ ପୁଲିସ ଟିମ୍ ଉପରେ ଗ୍ରାମବାସୀ ଆକ୍ରମଣ କରିଥିବାର ସୂଚନା ମିଳିଛି । ଏହି ଆକ୍ରମଣରେ ସିବିଆଇ ଟିମ୍ ର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ଏନେଇ ରାଜୋଲି ଥାନାରେ ଏତଲା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ପ୍ରାୟ ୪ଟା ବେଳେ ସିବିଆଇ ଟିମ୍ ନଓ୍ଵାଡ଼ା ପୁଲିସ ସହ ମୁରେନାର କାସିଆଡିହ ଗ୍ରାମର ଫୁଲଚାନ୍ଦ ପ୍ରସାଦଙ୍କ ପତ୍ନୀ ବବିତା କୁମାରୀଙ୍କ ଘରୁ ଫେରୁଥିଲେ। ଏହି ସମୟରେ ପରିବାର ସଦସ୍ୟ ଓ ପ୍ରାୟ ୨୦୦ରୁ ୩୦୦ ଲୋକଙ୍କ ଭିଡ଼ ଜମିଥିଲା। ସିଭିଲ୍ ଡ୍ରେସ୍ ପିନ୍ଧିଥିବା ସିବିଆଇ ଟିମ୍ ଏବଂ ସେମାନଙ୍କ ସହ ଥିବା ପୁଲିସକୁ ନକଲି ବୋଲି ଭାବି ଲୋକେ ଘେରିଯାଇଥିଲେ। ଟିମ୍ ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ଲୋକେ ରାଜି ହୋଇନଥିଲେ।
ଏହି ସମୟରେ ନୱାଦା ନଗର ଥାନାର ଜଣେ ମହିଳା କନେଷ୍ଟବଳ କାଜଲ କୁମାରୀ ମଧ୍ୟ ଲୋକଙ୍କୁ ବୁଝାଇଥିଲେ, କିନ୍ତୁ ଲୋକମାନେ ସେମାନଙ୍କ ସହ ଅସଦାଚରଣ ମଧ୍ୟ କରିଥିଲେ। ରାଜୋଲିରୁ ପୁଲିସ ଫୋର୍ସ ପହଞ୍ଚିବା ପରେ ବି ଉତ୍ତ୍ୟକ୍ତ ଭିଡ଼ ସିବିଆଇ ଟିମ୍ ଉପରେ ଆକ୍ରମଣ କରିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ୟୁପିର ଜଣେ ଯୁବକଙ୍କ ମୋବାଇଲରୁ କାସିଆଡିହ ଗାଁର ଫୁଲଚାନ୍ଦ ପ୍ରସାଦଙ୍କ ନମ୍ବର ସିବିଆଇ ଟିମକୁ ମିଳିବା ପରେ ସେମାନେ ସେଠାକୁ ତଦନ୍ତ ପାଇଁ ଯାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/Capture-13.png)