ପାକିସ୍ତାନର କ୍ୟାଥଲିକ୍‌ ଚର୍ଚ୍ଚରେ ଆକ୍ରମଣ: ୪ମୃତ, ୨୦ ଆହତ

କରାଚି: ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନ ଆଉ ଗୋଟିଏ ସପ୍ତାହ ପରେ ସାରା ବିଶ୍ୱରେ ପାଳନ କରାଯିବାକୁ ଥିବା ବେଳେ ରବିବାର ପାକିସ୍ତାନର ଏକ କ୍ୟାଥଲିକ ଚର୍ଚ୍ଚରେ ସଶସ୍ତ୍ରଧାରୀ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ବେଲୁଚିସ୍ତାନର କ୍ୱାଇଟା ସହରରେ ଏହା ଘଟିଛି।

ପାକିସ୍ତାନ ଗୃହମନ୍ତ୍ରୀ ସରଫରାଜ ବୁଗତି ସ୍ଥାନୀୟ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଚର୍ଚ୍ଚରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟରେ ଲୋକମାନେ ପ୍ରାର୍ଥନା କରୁଥିବା ବେଳେ ଆତଙ୍କବାଦୀମାନେ ଚର୍ଚ୍ଚ ଉପରକୁ ଆକ୍ରମଣ କରିଥିଲେ। ବିସ୍ଫୋରଣ ବେଳେ ଏକ ଭୟଙ୍କର ଶବ୍ଦ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ଆଉ ୨ଜଣଙ୍କର ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

ସୂଚନା ମିଳିବା ପରେ ପୁଲିସ ଓ ଉଦ୍ଧାର ଟିମ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ସେହି ଅଞ୍ଚଳକୁ ସୁରକ୍ଷା କବଳରେ ରଖାଯାଇଛି। ଏକ ସ୍ଥାନୀୟ ଚ୍ୟାନେଲର ରିପୋର୍ଟ ଅନୁସାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗଣମାଧ୍ୟମକୁ ପରେ ସେଠାରୁ ଦୂରରେ ରହିବାକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର