ପଥରମାଡ଼ରେ ଓଲଟିଲା ସିଆର୍‌ପିଏଫ୍‌ ଟ୍ରକ୍‌୍‌, ୨୦ ଯବାନ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପଥର ମାଡ଼ କରୁଥିବା ଯୁବଗୋଷ୍ଠୀ ପୁଣି ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ଆଜି ଶ୍ରୀନଗରରେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରକୁ ସ୍ଥାନୀୟ ଯୁବକମାନେ ପଥରମାଡ଼ କରିବା ପରେ ଗାଡ଼ିଟି ଓଲଟି ପଡ଼ିଥିଲା। ଫଳରେ ଗାଡିରେ ଥିବା ୨୦ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ। ଯବାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନରେ ଭର୍ତ୍ତିି କରାଯାଇଛି। ମିଳିଥିବା ଖବର ମୁତାବକ, ଆଜି କ୍ୟାମ୍ପରୁ ଶ୍ରୀନଗର ଅଭିମୁଖେ ଆସୁଥିବା ସିଆରପିଏଫର ଗାଡ଼ିି ଉପରକୁ ପ୍ରବଳ ପଥରମାଡ ହେବା ଫଳରେ ଡ୍ରାଇଭରଙ୍କ ମୁଣ୍ଡରେ ପଥର ବାଜିଥିଲା। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ସମ୍ବନ୍ଧିତ ଖବର