ସବରିମାଳା ପ୍ରଥମ ମହିଳା ପ୍ରବେଶକା‌ରୀଙ୍କ ଉପରେ ଆକ୍ରମଣ

ଥିରୁବନନ୍ତପୁରମ୍‌,: ସବରିମାଳା ମନ୍ଦିରକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଗତ ଜାନୁଆରି ୨ ତାରିଖରେ କନକଦୁର୍ଗା ଏବଂ ବିନ୍ଦୁ ଅମ୍ମିନୀ ନାମକ ୨ ଜଣ ମହିଳା ସବରିମାଳା ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଥିଲେ। ‌ତେବେ ଏହି ଘଟଣାକୁ ନେଇ ଉଭୟ କନକଦୁର୍ଗା ଏବଂ ବିନ୍ଦୁଙ୍କ ଜୀବନ ପ୍ରତି ବିପଦ ବଢ଼ିଯାଇଛି। କନକଦୁର୍ଗାଙ୍କୁ ଆଜି ତାଙ୍କ ଶାଶୂ କାଠ ଫାଳିଆରେ ବାଡ଼େଇ ଲହୁଲୁହାଣ କରିଦେଇଛନ୍ତି। କନକଦୁର୍ଗାଙ୍କୁ ବିଭିନ୍ନ ଦକ୍ଷିଣପନ୍ଥୀ ଆନ୍ଦୋଳନକାରୀମାନେ ମଧ୍ୟ ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର