ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରର ପଦରୟଣାପୁରରେ ସ୍ବାସ୍ଥ୍ୟ କର୍ମୀଙ୍କର ଏକ ଟିମ୍ ଉପରେ ଆକ୍ରମଣ ହୋଇଛି। ଏହି ଅଞ୍ଚଳକୁ କୋଭିଡ୍ -୧୯ ହଟ୍ସ୍ପଟ୍ ଏରିଆ ଘୋଷଣା କରାଯାଇଛି। ଗତକାଲି ସନ୍ଧ୍ୟାରେ ସ୍ବାସ୍ଥ୍ୟ କର୍ମୀ ଏବଂ ପୁଲିସଙ୍କର ଏକ ଟିମ୍ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି ପ୍ରାୟ ୫୮ ଜଣଙ୍କୁ କ୍ବାରାଣ୍ଟିନ୍ ସେଣ୍ଟର ନେବାକୁ ଉଦ୍ୟମ କରିଥିଲେ। ସେମାନେ ୩ ଜଣ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କ୍ବାରାଣ୍ଟିନ୍ ସେଣ୍ଟର ନେବାପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ପ୍ରାୟ ୨୦୦ରୁ ଅଧିକ ଲୋକ ସ୍ବାସ୍ଥ୍ୟ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ।। ପୁଲିସ ଗାଡ଼ିକୁ ମଧ୍ୟ ବିଶୃଙ୍ଖଳ ଜନତା ଭଙ୍ଗାରୁଜା କରିଛନ୍ତି। ଉକ୍ତ ଘଟଣାକୁ କଡ଼ା ସମାଲୋଚନା କରାଯାଇଥିବା ବେଳେ ଏହି ମାମଲାରେ ୫୪ ଜଣ ଗିରଫ ହୋଇଛନ୍ତି। ତେବେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଖବର ପ୍ରସାରିତ ହୋଇଥିବା ବେଳେ ବରିଷ୍ଠ ପୁଲିସ ଅଧିକାରୀ ବି ରମେଶ କହିଛନ୍ତି, ପରିସ୍ଥିତିକୁ ତୁରନ୍ତ ନିୟନ୍ତ୍ରଣକୁ ଅଣାଯାଇଥିବାରୁ ବଡ଼ ଅଘଟଣ ଟଳିଯାଇଛି। କେବଳ କିଛି ସମ୍ପତ୍ତି ଭଙ୍ଗାରୁଜା କରାଯାଇଛି। ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ଏକ ଟ୍ବିଟ୍ କରି କହିଛନ୍ତି, କୋଭିଡ୍ ଯୋଦ୍ଧାଙ୍କ ଉପରକୁ ହେଉଥିବା ଆକ୍ରମଣକୁ ବରଦାସ୍ତ କରିହେବନି। ଆଶା କର୍ମୀ ଏବଂ ଅନ୍ୟ ଅଧିକାରୀଙ୍କୁ ସୁରକ୍ଷା ଦେବାପାଇଁ ପୁଲିସ କମିସନରଙ୍କୁ କୁହାଯାଇଛି ବୋଲି ୟେଦ୍ୟୁରପ୍ପା କହିଛନ୍ତି।
ବେଙ୍ଗାଲୁରୁରେ ସ୍ବାସ୍ଥ୍ୟ କର୍ମୀଙ୍କ ଉପରେ ଆକ୍ରମଣ, ୫୪ ଗିରଫ
/sambad/media/post_attachments/wp-content/uploads/2020/04/sfhsfhs85f7h98sf7h98sf4h65sf4h65sf4h65sf4h65sfhsfhsfhsfhsfhhshfhsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)