ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କ ଉପରେ ଆକ୍ରମଣ, ଜାଳିଦେଲେ ଘର, ଦୋକାନ

ଢାକା : ବାଂଲାଦେଶରେ ପୁଣି ଥରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହୋଇଛି । ନାରେଲ ଜିଲ୍ଲା ଲୋହାରଗା ଅଂଚଳରେ କିଛି ଉତ୍ୟକ୍ତ ଜନତା ହିନ୍ଦୁମାନଙ୍କ ଘର ଓ ଦୋକାନ ଉପରେ ଆକ୍ରମଣ କରି ଭଙ୍ଗାରୁଜା ଓ ଜଳାପୋଡ଼ା କରିଛନ୍ତି ।

ଜଣେ ୧୮ ବର୍ଷୀୟ ହିନ୍ଦୁ ଯୁବକ ଦ୍ବାରା ଫେସବୁକରେ କରାଯାଇଥିବା ଏକ ପୋଷ୍ଟ ସେମାନଙ୍କ ଧାର୍ମୀକ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ କରି ଏହି ଆକ୍ରମଣ କରାଯାଇଥିଲା । ଶୁକ୍ରବାର ନମାଜ ପରେ ସାହାପଡ଼ା ଗ୍ରାମର ଲୋକମାନେ ଏକାଠି ହୋଇ ସଂପୃକ୍ତ ଯୁବକର ବାପାଙ୍କ ଦୋକାନ ଉପରେ ଆକ୍ରମଣ କରିଥିଲେ । ଏହା ପରେ ସେମାନେ ସଂପୃକ୍ତ ଯୁବକର ଘର ସମେତ ହିନ୍ଦୁମାନେ ରହୁଥିବା ଆଉ କିଛି ଘର ଉପରେ ଆକ୍ରମଣ ଓ ଜଳାପୋଡ଼ା କରିଥିଲେ । ସେମାନେ ମଧ୍ୟ ସାହାପଡ଼ାରେ ଥିବା ଏକ ମନ୍ଦିରକୁ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ । ଉତ୍ୟକ୍ତ ଭୀଡକୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ଲାଠିମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା ।

ତେବେ ଉକ୍ତ ଫେସବୁକ ପୋଷ୍ଟ କରିଥିବା ଯୁବକ ଆକାଶ ଶାହା ଓ ତା ବାପା ଅଶୋକ ଶାହାଙ୍କୁ ପୁଲିସ ହାଜତକୁ ନେଇଯାଇଛି । ଏହି ଘଟଣାକୁ ଉକ୍ତ ଗ୍ରାମରେ ଉତ୍ତେଜନା ଲାଗି ରହିଥିବାବେଳେ ସ୍ଥିତିର ମୁକାବିଲା ପାଇଁ ପୁଲିସ ମୁତୟନ କରାଯାଇଛି । ଏହା ସହିତ ଘଟଣାସ୍ଥଳକୁ ବରିଷ୍ଠ ପୁଲିସ ଅଧିକାରୀମାନେ ଗସ୍ତ କରିଛନ୍ତି ।

ସମ୍ବନ୍ଧିତ ଖବର