ନୂଆଦିଲ୍ଲୀ: ଉଗ୍ରବାଦୀ ପ୍ରଚାରକ ତଥା ଖଲିସ୍ତାନ ସମର୍ଥକ କର୍ମୀ ଅମୃତପାଲ ସିଂହ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ପାଶ୍ଚାତ୍ୟ ଦେଶରେ ଥିବା ଖଲିସ୍ତାନ ସମର୍ଥକମାନେ ଉତ୍ତେଜିତ ହୋଇଯାଇଛନ୍ତି । ବ୍ରିଟେନରେ ଥିବା ଭାରତୀୟ କନସୁଲେଟ ଆକ୍ରମଣ ପରେ ଏବେ ଆମେରିକାରେ ଥିବା ସାନ୍ ଫ୍ରାନସିସକୋରେ ବି ଭାରତୀୟ କନସୁଲେଟ ଉପରେ ବି ଆକ୍ରମଣ ହୋଇଥିବା ଖବର ମିଳିଛି ।
ଖଲିସ୍ତାନୀ ସମର୍ଥକମାନେ ପ୍ରଥମେ କନସୁଲେଟରେ ପହଞ୍ଚି ପ୍ରତିବାଦ କରିଥିଲେ ଏବଂ ପରେ ସେମାନେ ତାହା ଉପରେ ଆକ୍ରମଣ କରିଥିଲେ। ସୋସିଆଲ ମିଡିଆରେ ଚାଲିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁର୍ବୃତ୍ତମାନେ ଖଲିସ୍ତାନ ପତାକା ଲାଗିଥିବା ଲାଠି ଦ୍ବାରା ଦୂତାବାସ କୋଠାର ଝରକା କାଚ ଭାଙ୍ଗି ଦେଉଛନ୍ତି । ସେମାନେ ଏ ସବୁ କାଣ୍ଡ କରୁଥିବା ବେଳେ ଖୁବ୍ ଉଚ୍ଚ ସ୍ବରରେ ପଞ୍ଜାବୀ ଗୀତ ବଜାଉଥିଲେ। ଏଥିସହ ସେମାନେ କନସୁଲେଟ୍ କାନ୍ଥରେ ରଙ୍ଗମାରି ‘ଫ୍ରି ଅମୃତପାଲ୍’ ଲେଖିଛନ୍ତି।
ସୂଚନାଯୋଗ୍ୟ, ଗତ ରବିବାର ଦିନ ଖଲିସ୍ତାନ ସମର୍ଥକ ବିଚ୍ଛିନ୍ନତାବାଦୀମାନେ ବ୍ରିଟେନରେ ତ୍ରିରଙ୍ଗାକୁ ଅପମାନିତ କରିଥିଲେ । ସେମାନେ ଭାରତୀୟ କନସୁଲେଟରେ ଲାଗିଥିବା ଜାତୀୟ ପତାକାକୁ ଓହ୍ଲାଇ ଦେଇଥିଲେ । ଏହାକୁ ନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଦିଲ୍ଲୀରେ ଅବସ୍ଥାପିତ ସବୁଠାରୁ ବରିଷ୍ଠ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଡକାଇ ବ୍ରିଟିସ ସରକାରଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ ।
ଏକ କଡ଼ା ବିବୃତିରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ବ୍ରିଟେନରେ ଥିବା ଭାରତୀୟ କୂଟନୈତିକ ପରିସର ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ରିଟେନ ସରକାରଙ୍କ ଉଦାସୀନତା ଭାରତ ଦେଖିଛି, ଯାହା ଗ୍ରହଣୀୟ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/WhatsApp-Image-2023-03-20-at-18.16.26.jpeg)