ଇରାନ୍‌ ସେନା ଉପରେ ଆକ୍ରମଣ, ୨୪ ମୃତ, ୫୩ ଆହତ

ତେହରାନ୍‌: ଇରାନ୍‌ ସେନାର ପରେଡ୍‌ ବେଳେ ଆକ୍ରମଣ ହେବା ଯୋଗୁ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୫୦ରୁ ଅଧିକ ସେନା ଆହତ ହୋଇଛନ୍ତି। ଯଦିଓ ଏହି ଆକ୍ରମଣ ଯୋଗୁ ୮ ଜଣ ପ୍ରାଣ ହରାଇଥିବା ନେଇ କୁହାଯାଉଛି, କିନ୍ତୁ କିଛି ଗଣମାଧ୍ୟମ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ଇରାନ୍‌ ସରକାରଙ୍କ ପକ୍ଷରୁ କୌଣସି ଅଧିକ ସୂଚନା ଦିଆଯାଇ ନାହିଁ। ଇରାନ୍‌ର ସଶସ୍ତ୍ର ବାହିନୀ ପ୍ରବକ୍ତା ବ୍ରିଗେଡିୟର୍‌ ଜେନେରାଲ ଅବୋଲ୍‌ଫଜଲ୍‌ ଶେକାର୍କ କହିଛନ୍ତି, ସୈନିକମାନେ ପରେଡ୍‌ କରୁଥିବା ବେଳେ କିଛି ସ୍ଥାନୀୟ ଲୋକ ଏହାକୁ ଦେଖୁଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସ୍ଥାନୀୟ ଏକ ପାର୍କ ମଧ୍ୟରେ ଲୁଚିରହି ଆକ୍ରମଣ କରିଥିଲେ। ସେନା ଓ ନାଗରିକଙ୍କୁ ଲକ୍ଷ୍ୟ କରି ସେମାନେ ଆକ୍ରମଣ ଘଟାଇଥିଲେ। ତେବେ ସେନା ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା। ଫଳରେ ୩ ଜଣ ଆକ୍ରମଣକାରୀ ପ୍ରାଣ ହରାଇଛନ୍ତି। ଜଣେ ଆତଙ୍କବାଦୀ ଗିରଫ ହୋଇଛି। ତେବେ ଏଥିରେ ସାଧାରଣ ନାଗରିକଙ୍କୁ ମିଶାଇ ଇରାନ୍‌ରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର