ଲ‌କ୍ଷ୍ନୌରେ କଶ୍ମୀରୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଆତଙ୍କବା‌ଦୀ କହି ପିଟିଲେ, ୪ ଗିରଫ

ଲ‌କ୍ଷ୍ନୌ : ଲକ୍ଷ୍ନୌରେ ଆଜି ଦୁଇ ଜଣ କଶ୍ମୀର ବ୍ୟବସାୟୀଙ୍କୁ ଆତଙ୍କବାଦୀ ବୋଲି କହି କେତେକ ଗୋଷ୍ଠୀ ଆକ୍ରମଣ କରିଛନ୍ତି। ଲକ୍ଷ୍ନୌ ଦାଲିଗଞ୍ଜ ଅଞ୍ଚଳରେ ଦୁଇ ଜଣ କଶ୍ମୀର ବ୍ୟବସାୟୀ ମହମ୍ମଦ ଅଫଜଲ ନାଏକ ଏବଂ ଅବଦୁଲ ସଲିମ ରାସ୍ତାକଡ଼ରେ ସେମାନଙ୍କ ସାମଗ୍ରୀ ବିଛାଇ ବିକୁଥିବା ବେଳେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବ୍ୟକ୍ତି ଆସି ‌ସେମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ସେମାନେ ନିର୍ଦ୍ଦୋଷ ଏବଂ ଏହି ଅଞ୍ଚଳରେ ୨୦ ବର୍ଷ ହେଲା ବ୍ୟବସାୟ କରି ଆସୁଛନ୍ତି ବୋଲି କହିଥିଲେ ସୁଦ୍ଧା ବିଶୃଙ୍ଖଳ ଜନତା ସେମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବା ପରେ ବିଭିନ୍ନ ମହଲ ଏହାର ନିନ୍ଦା କରିଛନ୍ତି। ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର