କେଜ୍ରିୱାଲ୍‌ଙ୍କ ଗାଡ଼ି ଉପରକୁ ଆକ୍ରମଣ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଗାଡ଼ି ଉପରକୁ ଆଜି ନରେଲାରେ ଆକ୍ରମଣ ହୋଇଛି। ପାଖାପାଖି ୧୦୦ରୁ ଊର୍ଦ୍ଧ୍ବ ବିଶୃଙ୍ଖଳ ଜନତା ଆଜି ନରେଲାରେ କେଜ୍ରିୱାଲ୍‌ଙ୍କ ଗାଡ଼ି ଅଟକାଇ ଲାଠିରେ ଆକ୍ରମଣ କରିଥିଲେ। ତେବେ ଏଭଳି କାର୍ଯ୍ୟ ପଛରେ ବିଜେପିର ହାତ ଅଛି ବୋଲି ଆପ୍‌  ଅଭିଯୋଗ କରିଛି। ଆପ୍‌ ପକ୍ଷରୁ ଆଜି ଟ୍ବିଟ୍‌ କରି କୁହାଯାଇଛି ଯେ ଦିଲ୍ଲୀ ପୁଲିସ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ଯଦି ଦିଲ୍ଲୀ ପୁଲିସ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁ ନାହିଁ ତେବେ ଏହା ସାଧାରଣ ଜନତାଙ୍କୁ କିଭଳି ସୁରକ୍ଷା ଦେବ ବୋଲି ଆପ୍‌ ପକ୍ଷରୁ ପ୍ରଶ୍ନ କରାଯାଇଛି।

ସମ୍ବନ୍ଧିତ ଖବର