ଅଗରତାଲା: ଓଡ଼ିଆ ଛାତ୍ରୀଙ୍କୁ ଆକ୍ରମଣ

ଅଗରତାଲା : ତ୍ରିପୁରା ରାଜଧାନୀ ଅଗରତାଲାରେ ଆଜି ଓଡ଼ିଶାର ଛାତ୍ରୀଙ୍କ ଉପରେ ଆକ୍ରମଣ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଓଡ଼ିଆ ଛାତ୍ରୀଙ୍କୁ କେତେକ ସ୍ଥାନୀୟ ଯୁବକ କିଛିଦିନ ହେଲା ଟାର୍ଗେଟ୍‌ କରିଥିଲେ ଏବଂ ଆଜି ଅଚାନକ ସେମାନେ ଆକ୍ରମଣ କରିବା ପରେ ଛାତ୍ରୀମାନେ ସ୍ଥାନୀୟ ପୁଲିସରେ ଏତଲା ଦେଇଛନ୍ତି। ସେମାନେ ଏ ସଂକ୍ରାନ୍ତ ଭିଡିଓ ସୋସିଆଲ ମିଡିଆରେ ଛାଡ଼ିବା ପରେ ଏହି ଘଟଣା ନେଇ ବିଭିନ୍ନ ମହଲ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସର୍ବଭାରତୀୟସ୍ତରରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦ରୁ ଅଧିକା ଛାତ୍ରୀ ଅଗରତାଲା ସ୍ଥିତ ବିଇଡି ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିଲେ। କେତେକ ସ୍ଥାନୀୟ ଯୁବକ ଛାତ୍ରୀମାନଙ୍କୁ ଅଚାନକ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରୀମାନେ କହିଛନ୍ତି ସେମାନେ ଏବେ ଆତଙ୍କିତ ହୋଇ ରହିଛନ୍ତି ଏବଂ ଯଦି ସେମାନଙ୍କର କିଛି ଘଟେ, ତା’ହେଲେ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ ରହିବେ।

ସମ୍ବନ୍ଧିତ ଖବର