ନୂଆଦିଲ୍ଲୀ: ବିଜେପି ନେତା କୈଳାଶ ବିଜୟବର୍ଗୀୟଙ୍କ ପୁଅ ତଥା ନୂଆ କରି ବିଧାୟକ ହୋଇଥିବା ଆକାଶ ବିଜୟବର୍ଗୀୟ ଇନ୍ଦୋର ମହାନଗର ନିଗମ ଅଧିକାରୀଙ୍କୁ ବ୍ୟାଟ୍ରେ ପିଟିବା ଘଟଣାରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଜି ମଧ୍ୟପ୍ରଦେଶ ବିଜେପିଠାରୁ ରିପୋର୍ଟ ମାଗିଛନ୍ତି। କେନ୍ଦ୍ରରେ ବିଜେପିର ବରିଷ୍ଠ ନେତାମାନେ ପ୍ରକୃତ ଘଟଣା ବାବଦରେ ଜାଣିବାକୁ ଚାହିଛନ୍ତି। ମାମଲାକୁ ଭଲଭାବେ ବିଚାର କରିବାପରେ ଆକାଶ ବିଜୟବର୍ଗୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଏଭଳି ଆଚରଣ ଦ୍ବାରା ଦଳର ଭାବମୂର୍ତ୍ତିରେ ପ୍ରଚଣ୍ଡ ଆଘାତ ଲାଗିଥିବାରୁ ଖୁବ୍ ଶୀଘ୍ର ଆକାଶ ବିଜୟବର୍ଗୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦଳର ବରିଷ୍ଠ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି। ସମ୍ପୃକ୍ତ ଘଟଣାରେ ଆକାଶ ବିଜୟବର୍ଗିୟ ଗିରଫ ହୋଇଛନ୍ତି ଏବଂ ତାଙ୍କୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜେଲ୍କୁ ପଠାଇ ଦିଆଯାଇଛି। ତାଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରି ଦିଆଯାଇଛି।
ଅଧିକାରୀଙ୍କୁ ବ୍ୟାଟ୍ରେ ପିଟିବା ଘଟଣା, ରିପୋର୍ଟ ମାଗିଲେ ଶାହ
/sambad/media/post_attachments/wp-content/uploads/2019/06/Amit_Shah_EPS_Picture.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)