ଗୁରୁଗ୍ରାମ : ଲୋକପ୍ରିୟ ବଲିଉଡ ଓ ହରିୟାଣଭି ପପ୍ ଗାୟକ ରାହୁଲ ଫାଜିଲପୁରିଆଙ୍କ ଉପରେ ଆକ୍ରମଣ ହୋଇଛି । ଗୁରୁଗ୍ରାମର ଏସପିଆର୍ ରୋଡରେ, ଅଜଣା ଦୁର୍ବୃତ୍ତମାନେ ତାଙ୍କ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି । ତେବେ ଏହି ଗୁଳିକାଣ୍ଡ ଘଟଣାରେ ଫାଜିଲପୁରିଆ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।
ଫାଜିଲପୁରିଆଙ୍କ ପୂର୍ବରୁ ବାରମ୍ବାର ଧମକ ମିଳିଥିବାରୁ ସେ ପୁଲିସକୁ ସୁରକ୍ଷା ମାଗିଥିଲେ । ଏହାପରେ ତାଙ୍କୁ ପୁଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । କିନ୍ତୁ କିଛି ଦିନ ପୂର୍ବେ ତାଙ୍କ ସୁରକ୍ଷା ପ୍ରତ୍ୟାହାର କରିନିଆଯାଇଥିଲା । ଏହା ପରେ ଆଜିର ଏହି ଗୁଳିକାଣ୍ଡ ହୋଇଛି ।
ସୂଚନା ଅନୁଯାୟୀ, କିଛି ଲୋକ ଏକ ଟାଟା ପଞ୍ଚ କାରରେ ଆସି ରାହୁଲଙ୍କ କାର ଉପରକୁ ଗୁଳି ଚଳାଇଥିଲେ। ଗୁଳିକାଣ୍ଡ ପରେ ଗାୟକ ଫାଜିଲପୁରିଆ ତାଙ୍କ କାର ନେଇ ଯାଉଥିଲେ। ଫାଜିଲପୁର ଗ୍ରାମ ନିକଟ ଏସପିଆର ମୁଖ୍ୟ ରାସ୍ତାରେ ଏହି ଘଟଣା ଘଟିଥିଲା । ଗୁଳିକାଣ୍ଡ ପରେ ଗୁରୁଗ୍ରାମ ପୁଲିସ ଅଭିଯୁକ୍ତଙ୍କୁ ଖୋଜୁଛି। ସୂତ୍ର ଅନୁସାରେ, କିଛି ଦିନ ପୂର୍ବରୁ ଏସଟିଏଫ ମଧ୍ୟ ଇନପୁଟ୍ ପାଇଥିଲା ଯେ ଦୁର୍ବୃତ୍ତମାନେ ଜଣେ ଗାୟକଙ୍କୁ ଟାର୍ଗେଟ କରିବାକୁ ଯାଉଛନ୍ତି।
ଫାଜିଲପୁରିଆଙ୍କ ପୂର୍ବରୁ ବାରମ୍ବାର ଧମକ ମିଳିଥିବାରୁ ସେ ପୁଲିସକୁ ସୁରକ୍ଷା ମାଗିଥିଲେ । ଏହାପରେ ତାଙ୍କୁ ପୁଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । କିନ୍ତୁ କିଛି ଦିନ ପୂର୍ବେ ତାଙ୍କ ସୁରକ୍ଷା ପ୍ରତ୍ୟାହାର କରିନିଆଯାଇଥିଲା । ଏହା ପରେ ଆଜିର ଏହି ଗୁଳିକାଣ୍ଡ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/14/pop-2025-07-14-22-11-49.jpg)