ପୁଲିସ ମୁଖ୍ୟାଳୟରେ ହମ୍‌ଲା, ୨୨ ମୃତ

କାବୁଲ: ଆଫଗାନିସ୍ତାନର ଦୁଇଟି ସହରରେ ଆଜି ଇସ୍‌୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। ୨ଟି ଆକ୍ରମଣରେ ମୋଟ ୬ ଜଣ ପୁଲିସ କର୍ମୀଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମିଳିଥିବା ଖବର ମୁତାବକ, ଦସ୍ତ ଏ ବର୍ଚି ଜିଲ୍ଲାରେ ପ୍ରଥମେ ଆତଙ୍କବାଦୀମାନେ ପୁଲିସ୍‌ ମୁଖ୍ୟାଳୟରେ ବିସ୍ଫୋରଣ ଘଟାଇଥିଲେ। ଆତଙ୍କବାଦୀମାନେ ସମଗ୍ର କାର୍ଯ୍ୟାଳୟକୁ ଉଡ଼ାଇ ଦେବାପାଇଁ ଯୋଜନା କରିଥିଲେ। ତେବେ ସୁରକ୍ଷା ବାହିନୀର ତତ୍‌୍‌କ୍ଷଣାତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହା ପଣ୍ଡ ହୋଇଥିଲା ଏବଂ ୧୦ ଆତଙ୍କବାଦୀ ନିପାତ ହୋଇଥିଲେ। ଅନ୍ୟ ଏକ ଘଟଣାରେ ଜଲାଲାବାଦସ୍ଥିତ ଏକ ସରକାରୀ କାର୍ଯ୍ୟାଳୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୬ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ପ୍ରାୟ ୧୫ ଜଣ ସ୍ଥାନୀୟ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ଆମେରିକା ସରକାର ମଧ୍ୟ ଆତଙ୍କବାଦ ନିପାତ ଅଭିଯାନକୁ ଜୋରଦାର କରିଛନ୍ତି। ଆଫଗାନିସ୍ତାନର ପ୍ରମୁଖ ସହରମାନଙ୍କରେ ଆଇଏସ୍‌ ସକ୍ରିୟ ରହିଛି।

ସମ୍ବନ୍ଧିତ ଖବର