ସେଲ୍‌ ଅଧ୍ୟକ୍ଷଙ୍କୁ ଦିଲ୍ଲୀରେ ଆକ୍ରମଣ

ନୂଆଦିଲ୍ଲୀ/ବେଙ୍ଗାଲୁରୁ : ସେଲ୍‌ (ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ) ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀଙ୍କୁ ଦିଲ୍ଲୀରେ ମରଣାନ୍ତାକ ଆକ୍ରମଣ ହୋଇଛି। ୫୮ ବର୍ଷୀୟ ଚୌଧୁରୀ ଗତ ରାତି ପ୍ରାୟ ୧୦ଟାରେ କାର୍‌ରେ ଅଫିସରୁ ଘରକୁ ଫେରୁଥିବା ବେଳେ ତାଙ୍କ ଗାଡ଼ିକୁ ଅନ୍ୟ ଏକ ଗାଡ଼ି ଧକ୍କା ଦେଇଥିଲା। ଏହାପରେ ଅନୀଲ କୁମାର ଏବଂ ତାଙ୍କ ଡ୍ରାଇଭର ଗାଡ଼ିରୁ ବାହାରକୁ ବାହାରିବା ମାତ୍ରେ ୪ ଜଣ ଅଜଣା ବ୍ୟକ୍ତି ଲୁହା ରଡ୍‌‌ରେ ତାଙ୍କୁ ଆକ୍ରମଣ କରିଥିଲେ। ଚୌଧୁରୀଙ୍କ ମୁଣ୍ଡ, ବେକ ଏବଂ ଗୋଡ଼ରେ ଆଘାତ ଲାଗିଥିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି ଏବଂ ସେ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇ ସାରିଛନ୍ତି ବୋଲି ସେଲ୍‌ ପକ୍ଷରୁ ବିବୃତି ଜାରି କରି କୁହାଯାଇଛି। ପୁଲିସ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ଏବଂ ନୂଆ ଦିଲ୍ଲୀର ହଜ ଖାସ୍‌ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର