ନ୍ୟୁୟର୍କ : ବିଶିଷ୍ଟ ଲେଖକ ସଲମାନ ରୁଶଦିଙ୍କ ଉପରେ ଗତକାଲି ଆକ୍ରମଣ ପରେ ଘଟଣାସ୍ଥଳର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ ଆୟୋଜକମାନେ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରି ନଥିଲେ। ସାହିତ୍ୟ ଉତ୍ସବରେ ଯୋଗଦେବା ପାଇଁ ଚୌତୌକ୍ବା ଇନଷ୍ଟିଚ୍ୟୁଟ ପ୍ରେକ୍ଷାଳୟ ଭିତରକୁ ପ୍ରବେଶ ବେଳେ ଲୋକଙ୍କୁ ଯାଞ୍ଚ ପାଇଁ ମେଟାଲ ଡିଟେକ୍ଟର ଲାଗି ନଥିଲା। ଲୋକମାନେ ସାଥୀରେ ନେଉଥିବା ବ୍ୟାଗର ଯାଞ୍ଚ ମଧ୍ୟ କରାଯାଉ ନଥିଲା। ତେବେ ଏପ୍ରକାର ଅଭିଯୋଗ ଉପରେ ପ୍ରତିଷ୍ଠାନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ଶନିବାର ଅପରାହ୍ଣ ୨ଟା ଏବଂ ୪ଟାରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଏଥିସହିତ ଶନିବାରଠାରୁ ପ୍ରେକ୍ଷାଳୟ ଭିତରକୁ ପ୍ରବେଶ ବେଳେ କାହାରିକୁ ବ୍ୟାଗ୍ ନେବାକୁ ଅନୁମତି ମିଳିବ ନାହିଁ ବୋଲି ପ୍ରତିଷ୍ଠାନର ୱେବସାଇଟରେ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/rushied-f2.jpg)