ଶିବସେନା ସାଂସଦ ଓମ୍‌ରାଜୀ ନିମ୍ବାଲ୍‌କରଙ୍କୁ ଆକ୍ରମଣ

ମୁମ୍ବାଇ : ଶିବ ସେନା ସାଂସଦ ଓମ୍‌ରାଜୀ ନିମ୍ବାଲ୍‌କରଙ୍କ ଉପରେ ଆଜି ଦୁବୃର୍ତ୍ତମାନେ ଛୁରୀରେ ଆକ୍ରମଣ କରିଛନ୍ତି। ମହାରାଷ୍ଟ୍ରର ଓସ୍‌ମାନାବାଦ ଜିଲ୍ଲାର ପାଦୋଲି ନୈଗାଁରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଅଜଣା ଦୁର୍ବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ତେବେ କିଏ ଏବଂ କାହିଁକି ଏଭଳି ଆକ୍ରମଣ କରିଛନ୍ତି ‌ପୁଲିସ ତାହାର ଅନୁସନ୍ଧାନ ଜାରି ରଖିଛି। ଓସ୍‌ମାନାବାଦ ଲୋକସଭା କ୍ଷେତ୍ର ପାଇଁ ନିର୍ବାଚନ ପ୍ରଚାର ବେଳେ ଭିଡ଼ ଭିତରୁ ଜଣେ ଅଜଣା ବ୍ୟକ୍ତି ଛୁରୀରେ ଆକ୍ରମଣ କରିଥିଲା। ସାଂସଦ ନିମ୍ବାଲ୍‌କରଙ୍କ ହାତରେ ଗଭୀର କ୍ଷତ ହୋଇଛି। ଗତ ୨୦୦୬ ମସିହା ଜୁନ୍‌ ୩ ତାରିଖରେ ସାଂସଦ ନିମ୍ବାଲ୍‌କରଙ୍କ ପିତା ବରିଷ୍ଠ କଂଗ୍ରେସ ନେତା ପୱନ୍‌ରାଜେ ନିମ୍ବାଲ୍‌କରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୱନ୍‌ରାଜେଙ୍କ ହତ୍ୟା ଘଟଣାରେ ପୂର୍ବତନ ଲୋକସଭା ସାଂସଦ ପଦମସିଂହ ପାଟିଲ୍‌ ମୁଖ୍ୟ ଅଭିଯୁକ୍ତ ଥିଲେ।

ସମ୍ବନ୍ଧିତ ଖବର