ଆଫଗାନିସ୍ତାନ: ସେନା ଶିବିରରେ ଆତ୍ମଘାତୀ ଆକ୍ରମଣ, ୪୩ ସୈନିକ ମୃତ

କାନ୍ଦାହାର: ଆଫଗାନିସ୍ତାନର କାନ୍ଦାହାର ସେନା ଶିବିରରେ ଗୁରୁବାର ଆତ୍ମଘାତୀ ବୋମା ବିସ୍ପୋରଣ ହୋଇଥିବା ଜଣାପଡ଼ିଛି। ଆକ୍ରମଣରେ ୩୩ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ଜଣେ ଅଧିକାରୀଙ୍କ କହିବା ଅନୁସାରେ ତାଲିବାନର ୨ଜଣ ଲୋକ ଗାଡ଼ି ସହିତ ଶିବିରକୁ ପ୍ରବେଶ କରିଥିଲେ। ପରେ ଉଭୟ ଗାଡ଼ି ଉଡ଼ିଯାଇଥିଲା। ତାଲିବାନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି।

ନିକଟରେ ଆଫଗାନିସ୍ତାନରେ ପୁଲିସ କର୍ମୀ ଓ ଅନ୍ୟ ସେନା ଉପରକୁ ଲକ୍ଷ୍ୟ କରି ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ୭୪ ଲୋକଙ୍କର ମୃତ୍ୟୁ ଘଟିଥିଲା। ସେହି ଘଟଣାରେ ୧୭୦ଜଣ ଲୋକ ଆହତ ହୋଇଥିଲେ। ସେହି ସମୟରେ ୫ଜଣ ଆତଙ୍କୀ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର