ମମତାଙ୍କ ବିପକ୍ଷରେ ଲଢ଼ୁଥିବା ଶୁଭେନ୍ଦୁଙ୍କ ଭାଇଙ୍କ କାର ଉପରେ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଛି | ତେବେ ଏହାରି ମଧ୍ୟରେ ଏହି ତୃଣମୂଳ କଂଗ୍ରେସରୁ ବିଜେପି କ୍ୟାମ୍ପକୁ ଆସିଥିବା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ଲଢ଼ୁଥିବା ଶୁଭେନ୍ଦୁ ଅଧିକାରୀଙ୍କ ଭାଇଙ୍କ କାର ଉପରେ ଆକ୍ରମଣ ହୋଇଛି | ଶୁଭେନ୍ଦୁଙ୍କ ଭାଇ ସୌମେନ୍ଦୁ ଅଧିକାରୀଙ୍କ ଉପରେ ହୋଇଥିବା ଏହି ଆକ୍ରମଣରେ ଡ୍ରାଇଭର ଆହତ ହୋଇଥିବାବେଳେ ଗାଡିର କାଚ ଭାଙ୍ଗିଯାଇଛି | ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର କାଁଥିରେ ଏହି ଘଟଣା ଘଟିଥିବାବେଳେ ସୌଭାଗ୍ୟବଶତଃ ଆକ୍ରମଣ ସମୟରେ ଗାଡ଼ିରେ ସୌମେନ୍ଦୁ ନଥିଲେ |

ତେବେ ଏହି ଘଟଣାକୁ ନେଇ ସୌମେନ୍ଦୁ କହିଛନ୍ତି ଯେ ତୃଣମୂଳ କଂଗ୍ରେସର ବ୍ଲକ ଅଧ୍ୟକ୍ଷ ରାମ ଗୋବିନ୍ଦ ଦାସ ଓ ତାଙ୍କ ପତ୍ନୀଙ୍କ ନେତୃତ୍ୱରେ ତିନିଟି ମତଦାନ କେନ୍ଦ୍ରରେ ବିଶୃଙ୍ଖଳା ହେଉଥିବାର ଖବର ପହଞ୍ଚିଥିଲା | ଆଉ ମୁଁ ପହଁଚିଲେ କାଳେ ସେମାନେ ଆଉ କରିପାରିବେ ନାହିଁ, ସେଥିପାଇଁ ମୋ ଗାଡି ଉପରେ ଆକ୍ରମଣ କରିଥିଲେ |

ଏହି ଘଟଣାକୁ ନେଇ ସୌମେନ୍ଦୁ ଓ ଶୁଭେନ୍ଦୁଙ୍କ ସାନ ଭାଇ ଦିବେନ୍ଦୁ ଅଧିକାରୀ ମଧ୍ୟ କହିଛନ୍ତି ଯେ ତୃଣମୂଳ କଂଗ୍ରେସର କିଛି ଗୁଣ୍ଡା ଭାଇଙ୍କ ଗାଡିକୁ ଆକ୍ରମଣ କରି ଭଙ୍ଗାରୁଜା କରିଛନ୍ତି | ସୌମେନ୍ଦୁଙ୍କୁ ଆଘାତ ଲାଗିନଥିବାବେଳେ ଏନେଇ ସେ ଅବଜର୍ଭରଙ୍କୁ ଜଣାଇଦେଇଛନ୍ତି |

ସମ୍ବନ୍ଧିତ ଖବର