ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାର କସୌଲି ସହରରେ ଗତକାଲି ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ମହିଳା ଟାଉନ୍ ପ୍ଲାନିଂ ଅଧିକାରୀଙ୍କୁ ଜଣେ ହୋଟେଲ ମାଲିକ ଗୁଳି କରି ହତ୍ୟା କରିବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟାକାରୀ ସର୍ବସମ୍ମୁଖରେ ଘଟଣା ଘଟାଇ ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଧରିବା ପାଇଁ ପୁଲିସର ୪ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ସୁପ୍ରିମକୋର୍ଟ ଆଜି ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରିଛନ୍ତି। ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶକ୍ରମେ ଏହି ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ଟାଉନ୍ ପ୍ଲାନର୍ଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇବାରେ ହିମାଚଳ ସରକାର ବିଫଳ ହୋଇଛନ୍ତି କହି ସୁପ୍ରିମକୋର୍ଟ ସରକାରଙ୍କୁ ଦାୟୀ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ହିଲ୍ ଟାଉନ୍ରେ ସହକାରୀ ଟାଉନ୍ ପ୍ଲାନର ଶୈଳବାଳା ଶର୍ମାଙ୍କ ତଦାରଖରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାଣ୍ଡୋ ମାଟ୍କଣ୍ଡାରେ ଅବସ୍ଥିତ ନାରାୟଣୀ ଗେଷ୍ଟ୍ ହାଉସ୍ର କିଛି ଅଂଶ ଭାଙ୍ଗିବା ବେଳେ ଏହାର ମାଲିକ ବିଜୟ ସିଂହ ଶୈଳବାଳାଙ୍କ ଉପରକୁ ୩ ରାଉଣ୍ଡ୍ ଗୁଳି ଚଳାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଶୈଳାବାଳାଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟଜଣେ ଅଧିକାରୀ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଗୁଳି ଫୁଟାଇ ବିଜୟ ତୁରନ୍ତ ନିକଟବର୍ତ୍ତୀ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ ଏବଂ ଆଜି ରାତି ସୁଦ୍ଧା ପୁଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ସୋଲାନ୍ ପୁଲିସ ଘୋଷଣା କରିଛି। ଗୁଳିକାଣ୍ଡ ସମୟରେ ପୁଲିସ ଉପସ୍ଥିତ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇବା ବଦଳରେ ସ୍ଥାନ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଗୁଳି ଫୁଟାଇବା ସମୟରେ ପ୍ରାୟ ୭ ଜଣ ପୁଲିସ କର୍ମୀ ଉପସ୍ଥିତ ଥିଲେ, କିନ୍ତୁ ସେମାନେ କୌଣସି ପଦକ୍ଷେପ ନେଇନଥିଲେ।
ଜବରଦଖଲ ଉଚ୍ଛେଦ ବେଳେ ଟାଉନ୍ ପ୍ଲାନର୍ଙ୍କୁ ଗୁଳିକରି ହତ୍ୟା
ହିମାଚଳ ସରକାରଙ୍କୁ ଦାୟୀ କଲେ ସୁପ୍ରିମକୋର୍ଟ
/sambad/media/post_attachments/wp-content/uploads/2018/05/63987157-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)