କିଭ୍ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି । ଦିନକୁ ଦିନ ଆକ୍ରମଣକୁ ଆହୁରି ତୀବ୍ର କରୁଛି ମସ୍କୋ । ସୋମବାର ରାତିରେ ଦକ୍ଷିଣ-ପୂର୍ବ ୟୁକ୍ରେନର ଏକ ଆବାସିକ କୋଠା ଉପରେ ରୁଷର କ୍ଷେପଣାସ୍ତ୍ର ଆକ୍ରମଣରେ ପାଞ୍ଚ ଜଣ ପିଲାଙ୍କ ସମେତ ମୋଟ ୪୪ ଜଣଙ୍କର ମୃତ୍ୟୁ ଘଟିଛି । ଅଧିକାରୀମାନେ କହିଛନ୍ତି ଯେ ମଙ୍ଗଳବାର ଦିନ ଧ୍ବଂସସ୍ତୁପ ତଳେ ଅନ୍ୟ ଏକ ଶିଶୁର ମୃତଦେହ ମିଳିଥିଲା। ଗୋଟିଏ ସ୍ଥାନରେ ଏକାଠି ହୋଇଥିବା ସାଧାରଣ ନାଗରିକଙ୍କ ସଂଖ୍ୟାକୁ ଆଧାର କରି କୁହାଯାଉଛି ଯେ ନିପ୍ରୋ ସହରରେ ହୋଇଥିବା ଆକ୍ରମଣ ଏପର୍ଯ୍ୟନ୍ତ ସବୁଠାରୁ ଭୟଙ୍କର ଆକ୍ରମଣ ।
ଉଲ୍ଲେଖଯୋଗ୍ୟ, ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କ୍ରମାଗତ ଭାବେ ଜୀବନ ହାନି ହେବାର ଖବର ରହିଛି । ୟୁକ୍ରେନ ଉପରେ ଆକ୍ରମଣକୁ ଋଷ ତୀବ୍ର କରୁଛି। ୟୁକ୍ରେନର ରାଷ୍ଟ୍ରପତି କାର୍ଯ୍ୟାଳୟର ଉପମୁଖ୍ୟ କିରିଲୋ ଟାଇମୋଶେଙ୍କୋ କହିଛନ୍ତି ଯେ ଶନିବାର ଆକ୍ରମଣରେ ପାଞ୍ଚ ଜଣ ଶିଶୁଙ୍କ ସମେତ ୪୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୭୯ ଜଣ ଆହତ ହୋଇଛନ୍ତି। ଆହୁରି କିଛି ଲୋକ ନିଖୋଜ ଥିବା କୁହାଯାଉଛି ।
ସେ କହିଛନ୍ତି ଯେ ପ୍ରାୟ ୧,୭୦୦ ଲୋକ ବହୁତଳ କୋଠାରେ ରହୁଥିଲେ ଏବଂ ସେହି କୋଠା ଉପରେ କ୍ଷେପଣାସ୍ତ୍ର ପଡ଼ିଥିଲା ।