କିବ୍: ୟୁକ୍ରେନ୍ର ମାରିୟୁପୋଲ୍ରେ ଗତ ବୁଧବାର ଏକ ମାତୃ ହସ୍ପିଟାଲ୍ରେ ବୋମାମାଡ଼ ହୋଇଥିଲା। ବୋମାମାଡ଼ ଯୋଗୁଁ ଜଣେ ଗର୍ଭବତୀ ମହିଳା ଆହତ ହୋଇଥିଲେ। ତେବେ ଆଜି ଉକ୍ତ ଗର୍ଭବତୀ ମହିଳା ଏବଂ ତାଙ୍କ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି। ମାରିୟୁପୋଲ୍ର ମାଟର୍ନିଟି ହସ୍ପିଟାଲ୍ରେ ବୋମାମାଡ଼ ଯୋଗୁଁ ପୂର୍ବରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ରୁଷ୍ ମାରିୟୁପୋଲ୍ରେ ୧୨ ଘଣ୍ଟିଆ ଯୁଦ୍ଧ ଘୋଷଣା କରିବା ସତ୍ତ୍ବେ ଏଭଳି ଅମାନବୀୟ ଆକ୍ରମଣ କରିଥିଲା। ମାରିୟୁପୋଲ୍ରେ ରୁଷ୍ର ବୋମାମାଡ଼ ଯୋଗୁଁ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ଉପଦେଷ୍ଟା ଓଲେକସି ଆରିଷ୍ଟୋବିଚ୍ ଆଜି ଏହି ସୂଚନା ଦେଇଛନ୍ତି। ମାରିୟୁପୋଲ୍ରେ ଅତି ଦୟନୀୟ ସ୍ଥିତି ଉପୁଜିଛି। ଖାଦ୍ୟ ନାହିଁ କି ପାଣି ନାହିଁ। ମାରିୟୁପୋଲ୍କୁ ମାନବୀୟ ସହଯୋଗ ନେଇ ଆସିଥିବା ଏକ ଗାଡ଼ିକୁ ରୁଷ୍ ଅଟକାଇ ଦେଇଛି। ଦୀର୍ଷ ୧୨ ଦିନ ଧରି ଏଠାରେ ଲୋକ ଫସି ରହିଛନ୍ତି।
ମାରିୟୁପୋଲ୍ ମାଟର୍ନିଟି ହସ୍ପିଟାଲରେ ବୋମାମାଡ଼ ଘଟଣା: ଆହତ ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁ ମୃତ
/sambad/media/post_attachments/wp-content/uploads/2022/03/sf45h65sf465fh4fh654h65fh46546h5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)