ପଶ୍ଚିମବଙ୍ଗର ଭାଜପା ସଭାପତି ଦିଲୀପ ଘୋଷଙ୍କ କାରଉପରକୁ ଟେକାମାଡ

କୋଲକାତା: ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟିର ପ୍ରଦେଶ ସଭାପତି ଦିଲୀପ ଘୋଷଙ୍କ କାର ଉପରକୁ କେତେକ ଅଜ୍ଞାତ ଲୋକ ଟେକା ମାଡ଼ କରିଥିବା ଜଣାଯାଇଛି। ତେବେ ଯେଉଁ ସମୟରେ ତାଙ୍କ କାର୍‌ ଉପରକୁ ଟେକା ମାଡ଼ ହୋଇଥିଲା,ସେତେବେଳେ ଦିଲୀପ ଘୋଷ ଅବଶ୍ୟ କାର୍‌ ଭିତରେ ନଥିଲେ। ସେ କହିଛନ୍ତି ଯେ ସେ ହୁଗୁଳି ଯିବା ପାଇଁ ବାହାରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଚଳିତ ମାସରେ ତାଙ୍କ ଉପରକୁ ବହୁବାର ଆକ୍ରମଣ ହୋଇଛି। ସେ ଏହି ମାମଲାରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଏହି ଘଟଣାର ତିନି ଦିନ ଆଗରୁ ଏକ ମାନବାଧିକାର ସଂଗଠନର ଏକ ରାଲିରେ କିଛି ଲୋକ ଦିଲୀପ ଘୋଷଙ୍କ ଉପରେ ଆକ୍ରମଣ କରିଥିଲେ। ଗତ ବର୍ଷ ଡିସେମ୍ବର ମାସରେ ଦିଲୀପ ଘୋଷଙ୍କର ଏକ ଶୋଭାଯାତ୍ରା ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଠିକ୍‌ ସେହିପରି ସେପ୍ଟେମ୍ବର ମାସରେ ପୂର୍ବ ମେଦିନାପୁର ଜିଲ୍ଲାରେ ଦିଲୀପ ଘୋଷଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା।

ସମ୍ବନ୍ଧିତ ଖବର