ନୂଆଦିଲ୍ଲୀ: ୟେମେନ୍ରେ ଆଜି ବିମାନ ଆକ୍ରମଣ ଦ୍ୱାରା ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୪୫ ଜଣ ଆହତ ହୋଇଛନ୍ତି। ଉତ୍ତର ୟେମେନ୍ରେ ଏକ ବିବାହ ଉତ୍ସବ ଚାଲିଥିବା ସମୟରେ ହୋଇଥିବା ଏହି ବିମାନ ଆକ୍ରମଣରେ କନ୍ୟା ସମେତ ସମୁଦାୟ ୩୦ ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ବର ସମେତ ସମୁଦାୟ ୪୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଥିବା ଜଣାପଡ଼ିଛି। ତେବେ କେବଳ ୩୦ ଜଣ ଶିଶୁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। ଉତ୍ତର ୟେମେନ୍ର ବାନି କ୍ୱାୟିସ ଜିଲ୍ଲାରେ ଘଟିଥିବା ଏହି ବିମାନ ଆକ୍ରମଣ ସାଉଦି ବିଦ୍ରୋହୀ ଗୋଷ୍ଠୀଙ୍କ ହାତ ଥିବା ସନ୍ଦେହ ପ୍ରକାଶ ପାଇଛି।
ୟେମେନ୍ରେ ବିମାନ ଆକ୍ରମଣ, ୩୦ ମୃତ, ୪୫ ଆହତ
/sambad/media/post_attachments/wp-content/uploads/2018/04/download-1-32.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)