ପା‌େଞ୍ଚାଲିଙ୍କ ବିରୋଧରେ ଆକ୍ରମଣ, ଶୋଷଣ ମାମଲା ରୁଜୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆଦିତ୍ୟ ପା‌େଞ୍ଚାଲି ପୁଣି ଅଡୁଆରେ ପଡିଛନ୍ତି। ୧୩ ବର୍ଷ ତଳର ଏକ ଘଟଣାରେ ତାଙ୍କ ବିରୋଧରେ ଆକ୍ରମଣ ଏବଂ ଶୋଷଣ ମାମଲା ରୁଜୁ ହୋଇଛି। ଭେର୍‌ସୋଭା ପୁଲିସ ପୀଡିତା ଅଭିନେତ୍ରୀଙ୍କ ଭଉଣିଙ୍କ ଇମେଲ୍‌ ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଭିଯୋଗ ଆସିବା ପରେ ସେମାନେ ମାମଲା ବିଷୟରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ପା‌େଞ୍ଚାଲିଙ୍କ ସହ ଆଲୋଚନା କରିଥିଲେ। ୧୩ ବର୍ଷ ତଳର ଘଟଣା ବିଷୟରେ ସେମାନେ ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା କରୁଛନ୍ତି। ମାମଲା ରୁଜୁ କରିଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି, ଉକ୍ତ ଘଟଣା ବିଷୟରେ ପା‌େଞ୍ଚାଲିଙ୍କ ସ୍ତ୍ରୀ ମଧ୍ୟ ଅବଗତ ଅଛନ୍ତି। ତେବେ ପା‌େଞ୍ଚାଲି କହିଛନ୍ତି, ସେ ଏହି ମାମଲାରେ ଆଗରୁ ଉକ୍ତ ଅଭିନେତ୍ରୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିସାରିଛନ୍ତି। ଏହାର ବିଚାର ପ୍ରକ୍ରିୟା ଚାଲୁ ରହିଥିବା ବେଳେ ରବିବାର ଦିନ ତାଙ୍କର ବୟାନକୁ ପୁଲିସ ରେକର୍ଡ କରିଛି। ପା‌େଞ୍ଚାଲି ଅଭିଯୋଗ କରିଛନ୍ତି, ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି। ତେବେ ଉଭୟ ପକ୍ଷର ବୟାନ ନେବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର