ଆତଙ୍କବାଦୀ ଆକ୍ରମଣରେ ଜାତିସଂଘର ୩ ଶାନ୍ତିସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜାତିସଂଘର ୩ ଶାନ୍ତିସୈନିକଙ୍କର ଆଜି ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଉତ୍ତର ମାଲିରେ ଜାତିସଂଘ ଶାନ୍ତିସୈନିକଙ୍କ ଯୁଦ୍ଧଯାନ ଉପରକୁ ଆକ୍ରମଣ ଦ୍ୱାରା ଚାଡ୍‌ର ୩ ଶାନ୍ତି ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ଦୁଇଜଣ ଆହତ ହୋଇଛନ୍ତି। ଦୁଇ ଆହତଙ୍କୁ କିଡାଲ ସହରକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। ଜାତିସଂଘ ସୁରକ୍ଷା ପରିଷଦ ଏବଂ ସେକ୍ରେଟାରି ଜେନେରାଲ ଆଣ୍ଟୋନିଓ ଗେଟର୍ସ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ସୁରକ୍ଷା ପରିଷଦ ମାଲି ସରକାରଙ୍କୁ ଘଟଣାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ତେବେ ମାଲିରେ କାର୍ଯ୍ୟରତ ଥିବା ଜାତିସଂଘର ଶାନ୍ତି ସୈନିକଙ୍କ ଉପରକୁ ସବୁଠାରୁ ଅଧିକ ବିପଦ ରହିଛି। ଉତ୍ତରମାଲିରେ ଆତଙ୍କବାଦୀମାନେ ଲଗାତାର ଜାତିସଂଘର ଶାନ୍ତିସୈନିକଙ୍କ ସେବାରେ ନିୟୋଜିତ ଥିବା ଯାନ ଉପରକୁ ଆକ୍ରମଣ କରିଆସୁଛନ୍ତି। ଏହି ଜଘନ୍ୟ କାଣ୍ଡଦ୍ୱାରା ପାଖାପାଖି ୮୦ ଶାନ୍ତି ସୈନିକଙ୍କ ପ୍ରାଣହାନୀ ହୋଇଛି।

ସମ୍ବନ୍ଧିତ ଖବର