ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଅଧ୍ୟକ୍ଷଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ: ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ବା ସେଲର ଅଧ୍ୟକ୍ଷ ଅନିଲ କୁମାର ଚୌଧୁରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି | ନିଜ ଅଫିସରୁ ଘରକୁ ଆସୁଥିବାବେଳେ ଏହି ଆକ୍ରମଣ ହୋଇଥିଲା | ମିଳିଥିବା ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ଲୋଧି ରୋଡ଼ ସ୍ଥିତ ନିଜ ଅଫିସରୁ ଘରକୁ ଫେରୁଥିଲେ | ଏହି ସମୟରେ ତାଙ୍କ କାରକୁ କିଛି ବ୍ୟକ୍ତି ଅନ୍ୟ ଏକ କାରରେ ପିଛା କରୁଥିଲେ | ଏହି ଦୃବୁର୍ତ୍ତମାନେ ଅନିଲଙ୍କ କାରକୁ ଧକ୍କା ମାରିବା ସହ ଯୁକ୍ତିତର୍କ କରିଥିଲେ |

ଗାଡ଼ିରେ ଥିବା ୪ ଜଣ ଦୃବୁର୍ତ୍ତ ଅନିଲଙ୍କୁ ଲୁହା ରଡ଼ରେ ଆକ୍ରମଣ କରିବା ସହ ତାଙ୍କ ଡ୍ରାଇଭରକୁ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ | ଏହି ସମୟରେ ପୁଲିସ ପ୍ୟାଟ୍ରୋଲିଙ୍ଗ ଗାଡି ପହଞ୍ଚିଯିବାରୁ ଦୃବୁର୍ତ୍ତମାନେ ଫେରାର ହୋଇଯାଇଥିଲେ | ପରେ ପୁଲିସ ତଦନ୍ତ କରି ୪ ଜଣ ଦୃବୁର୍ତ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଥିଲା | ଏହାପରେ ଅନିଲ କୁମାରଙ୍କୁ ତୁରନ୍ତ ଏମସରେ ଭର୍ତ୍ତି କରାଯାଇଥିଲା | ତେବେ ବର୍ତ୍ତମାନ ଅନିଲଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଅଛି |

ସମ୍ବନ୍ଧିତ ଖବର