କାବୁଲ୍ : କାବୁଲ୍ରେ ଆଜି ଏକ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୧ ଜଣ ଆଫଗାନ୍ ସୈନିକଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ରୁ ଅଧିକ ଆହତ ହୋଇଛନ୍ତି। ଉକ୍ତ ଆକ୍ରମଣ ପାଇଁ ଆଇଏସ୍ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି। ସୂଚନାନୁଯାୟୀ, ଆଫଗାନିସ୍ତାନର ମୁଖ୍ୟ ସାମରିକ ତାଲିମ କେନ୍ଦ୍ର ନିକଟ ଏକ ସେନା ଶିବିର ଉପରେ ୫ ଜଣ ସଶସ୍ତ୍ର ଆଇଏସ୍ ଆତଙ୍କବାଦୀ ଅତର୍କିତ ଆକ୍ରମଣ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୪ ଜଣ ଆତଙ୍କବାଦୀଙ୍କୁ ଆଫଗାନ୍ ସୈନିକମାନେ ନିପାତ କରିଥିବା ବେଳେ ଜଣଙ୍କୁ କବ୍ଜା କରିନେଇଛନ୍ତି। କାବୁଲ୍ରେ ଗତ ଶନିବାର କାର୍ ବୋମା ବିସ୍ଫୋରଣରେ ୧୦୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତାହା ପୂର୍ବରୁ ଏକ ବିଳାସପୂର୍ଣ୍ଣ ହୋଟେଲ ଆକ୍ରମଣରେ ୨୦ ଜଣ ଆଖି ବୁଜିଥିଲେ।
କାବୁଲ୍ରେ ସେନା ଶିବିର ଉପରେ ଆକ୍ରମଣ:୧୧ ଆଫଗାନ୍ ସୈନିକ ମୃତ
/sambad/media/post_attachments/wp-content/uploads/2018/01/Taliban-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)