ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଲା ବଡ ସତ । କାହିଁକି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତ ଚାପୁଡା ମାରିଲା ଆକ୍ରମଣକାରୀ ? ଜନଶୁଣାଣି ବେଳେ କାହିଁକି ହଠାତ୍ ରେଖାଙ୍କୁ ମାଡ଼ ମାରିଲା ? ନିଜ ସମ୍ପର୍କୀୟଙ୍କୁ ଜେଲରୁ ମୁକୁଳାଇବାକୁ ଅଭିଯୁକ୍ତ ଏମିତି କରିଥିବା ପ୍ରଥମେ କୁହାଯାଉଥିବା ବେଳେ ଏବେ ସାମ୍ନାକୁ ଆସିଛି ବଡ ସତ । ମୁଖ୍ୟମନ୍ତ୍ରୀଙ୍କ ଆକ୍ରମଣ ପଛରେ ଅଭିଯୁକ୍ତର ରହିଛି କୁକୁର ପ୍ରେମ । କୁକୁରଙ୍କୁ କାହିଁକି ଦିଲ୍ଲୀ ଏନସିଆର ରାସ୍ତାରୁ ହଟାଯିବ ସେନେଇ ରାଗରେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଛି ଗୁଜୁରାଟ ରାଜକୋଟର ୪୧ ବର୍ଷର ଯୁବକ ରାଜେଶ ଖିମଜୀ । ରାଜେଶ ମାନସିକ ବିକାରଗ୍ରସ୍ତ ଥିବାବେଳେ ସେ ଭାରି କୁକୁରପ୍ରେମୀ । କୁକୁରଙ୍କ ପ୍ରତି ଏଭଳି ନିଷ୍ପତ୍ତି ଶୁଣି ସେ ଏମିତି କରିଥିବା ତାଙ୍କ ମାଆ କହିଛନ୍ତି ।
#WATCH | Bhanuben, mother of Rajesh Khimji who attacked Delhi CM Rekha Gupta today, leaves from Police Station in Rajkot, Gujarat. pic.twitter.com/SKHQHQeOfI
— ANI (@ANI) August 20, 2025
ତେବେ ପୁଅକୁ କ୍ଷମା କରିଦେବାକୁ ଆକ୍ରମଣକାରୀର ମାଆ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନେହୁରା ହୋଇଥିବା ବେଳେ ରାଜେଶ ଜଣେ ରିକ୍ସାଚାଳକ ବୋଲି ଜଣାପଡିଛି । ରାଜେଶର ମାଆ ଭାନୁବେନ କହିଛନ୍ତି- ମୋ ପୁଅ କୁକୁରଙ୍କୁ ଭାରି ଭଲପାଏ ବୋଲି ରାଗରେ ଏମିତି କରିଛି । ଆମେ ଗରିବ ଲୋକ, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି ମୋ ପୁଅକୁ କ୍ଷମା କରି ଦିଅନ୍ତୁ । ପୁଅ ମୋର ମହାଦେବଙ୍କ ଭକ୍ତ। ସେ ଉଜ୍ଜୟନୀ ଯାଉଥିବା କହି ଘରୁ ବାହାରି ଆସିଥିଲା। ସେ ମାସରେ ଅତି କମରେ ଥରେ ସେଠାକୁ ଯାଏ । ସିଏ ଉଜ୍ଜୟନୀରୁ ଦିଲ୍ଲୀ କେତେବେଳେ ଗଲା ଆମେ ଜାଣିନୁ । ତା ବାପା ତାକୁ ଫୋନ୍ କରି ପଚାରିଥିଲେ କେବେ ଫେରିବ ବୋଲି… ସେ କହିଥିଲା ଯେ କୁକୁରମାନଙ୍କ ବିଷୟରେ କିଛି କଥା ହେବାକୁ ସେ ଦିଲ୍ଲୀରେ ଅଛି । ଏହା କହିବା ପରେ, ସେ ଫୋନ୍ କାଟି ଦେଇଥିଲା ।
#WATCH | Gujarat | Visuals from Rajkot residence of Rajesh Khimji, who attacked Delhi CM Rekha Gupta during 'Jan Sunvai' in Delhi today. A Police personnel in civilian clothes is present here.
— ANI (@ANI) August 20, 2025
According to Delhi Police, the accused identified himself as Rajesh Khimji and said… pic.twitter.com/hWDCTOtHna
ସୋସିଆଲ ମିଡିଆରେ ଦିଲ୍ଲୀରେ କୁକୁରମାନଙ୍କୁ ନେଇଯାଉଥିବାର ଏକ ଭିଡିଓ ଦେଖିବା ପରେ ସେ ଉତ୍ତେଜିତ ହୋଇଯାଇଥିଲା । ସେହି ଭିଡିଓ ଗୁଡ଼ିକ ଦେଖିବା ପରେ ସେ ଖିଆପିଆ କରୁନଥିଲା । ପୁଅ ମୋର ରିକ୍ସା ଚଲାଏ । ତାର ପତ୍ନୀ ଏବଂ ପୁଅ ଅଛନ୍ତି । ତେବେ ରେଖାଙ୍କୁ ଆକ୍ରମଣ କରିବା ପୂର୍ବରୁ ରାଜେଶ ବାସଭବନ ଆଗରେ ଗତକାଲି ରେକି କରି ଯାଇଥିଲା । ଗୋଟେ ରିକ୍ସାରେ ଆସି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଓହ୍ଲାଇ ସବୁ ଦେଖିଥିଲା । କିଛି ଫଟୋ ଭିଡିଓ କିମ୍ବା କାହାକୁ ଭିଡିଓ କଲ୍ କରି ଦେଖାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଗତକାଲି ରେକି ପରେ ଆଜି ଜନଶୁଣାଣିରେ ଅଭିଯୋଗ କରିବାକୁ ଆସି ଆକ୍ରମଣ କରିଛି ।
#WATCH | CCTV visuals of the individual, identifying himself as Rajesh Khimji, as he did a recce of Delhi CM Rekha Gupta's Shalimar Bagh residence on 19th August.
— ANI (@ANI) August 20, 2025
The man has been nabbed by the Police after he attacked the CM today during Jan Sunvai.
(Video Source: Delhi CMO) pic.twitter.com/qQ3fecQGc1
ତେବେ ଆକ୍ରମଣ କରି ସେହି କିଛି ସେକେଣ୍ଡ ସେଠାରେ ଆତଙ୍କ ଖେଳାଇ ଦେଇଥିଲା ରାଜେଶ । ହାତରେ କିଛି ଅଭିଯୋଗ ପତ୍ର ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିବା ବେଳେ ହଠାତ୍ ରେଖାଙ୍କୁ ଚାପୁଡା ମାରିଥିଲା ରାଜେଶ । ଜୋରରେ ଚିଲେଇବା ସହ ମୁଖ୍ୟମନ୍ତ୍ରୀ ରେଖାଙ୍କୁ ଚୁଟି ଧରି ଘୋଷାଡ଼ି ଆଣିବା ସହ ମାରିଥିଲା ଅଭିଯୁକ୍ତ । ତାପରେ ପୋଲିସ ତାକୁ କବଜାକୁ ନେଇଥିଲା ।